ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର, ୨୦ରେ ମତଦାନ

add-all

ନୂଆଦିଲ୍ଲୀ : ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର । ଆସନ୍ତା ୨୦ତାରିଖରେ ହେବ ମତଦାନ । ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ ।
୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ୫ମ ପର୍ଯ୍ୟାୟରେ ହେବ ମତଦାନ । ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।
ବିହାରର ୫ ଆସନ, ଜମ୍ମୁ ଓ କଶ୍ମୀରର ୧, ଝାଡ଼ଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪ ଆସନ, ପଶ୍ଚିମବଙ୍ଗର ୭ ଆସନ ସମେତ ଓଡିଶାର ୫ ଆସନରେ ମତଦାନ ହେବ ।
ଏହି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଥିବା ହେଭିୱେଟଙ୍କ ମଧ୍ୟରେ ରହିଛନ୍ତି ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧୀ, ବିଜେପିର ରାଜନାଥ ସିଂ, ସ୍ମୃତି ଇରାନୀଙ୍କ ଭଳି ତୁଙ୍ଗ ନେତା ।

ad-week
Leave A Reply

Your email address will not be published.