ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ: ସଚିନ ପାଇଲଟ୍‌

add-all

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ସଚିନ୍‌ ପାଇଲଟ ଆଜି ରାଜ୍ୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ନିର୍ବାଚନରେ କଂଗ୍ରେସ ଆଗୁଆ ଅଛି। ନିର୍ବାଚନରେ ମେଣ୍ଟ ପ୍ରାର୍ଥୀ ଆଗୁଆ ଅଛନ୍ତି। ଇଣ୍ଡିଆ ମେଣ୍ଟ ଦୃଢ଼ତାର ସହିତ ନିର୍ବାଚନ ଲଢ଼ୁଛି। ତେଣୁ ଚଳିତ ନିର୍ବାଚନ ପରିବର୍ତ୍ତନ ଆଣିବ।
କଂଗ୍ରେସ ନେତା ଶ୍ରୀ ପାଇଲଟ୍‌ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପି ୧୦ ବର୍ଷର ହିସାବ ଦେଉନି। ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ବ। ନିର୍ବାଚନକୁ ଦୃଷ୍ଟିରେ ରଖି ଏମାନେ ଅଲଗା ଅଲଗା ନିର୍ବାଚନ ଲଢ଼ୁଛନ୍ତି। ବିଜେଡି-ବିଜେପି ଡବଲ ଇଞ୍ଜିନ ଚାଲିଛି। ଜୁମଲା ସରକାରଙ୍କୁ ଲେଶକେ ଭଲ ପାଉନାହାନ୍ତି। କିନ୍ତୁ କଂଗ୍ରେସ ମହିଳା, ଶ୍ରମିକ ଓ କୃଷକଙ୍କୁ ଗୁରୁତ୍ବ ଦେଉଛି।

ad-week
Leave A Reply

Your email address will not be published.