ମୁଁ ଦଳରେ ନାହିଁ, ମୋତେ କିଭଳି ବହିଷ୍କାର କରାଗଲା: ବିଜୟ

add-all

ଭୁବନେଶ୍ୱର,୧୮।୫: ମୁଁ ଦଳରେ ନାହିଁ। ହେଲେ ମୋତେ କିପରି ବହିଷ୍କାର କରାଗଲା। ଏଭଳି ନିଷ୍ପତ୍ତି ନେଇ ଭାଜପା ଲୋକହସା ହୋଇଛି ବୋଲି ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ତେବେ ୫ ବର୍ଷ ପରେ ଦଳ ବିରୋଧୀ କାମ କରିଛି ବୋଲି କିଭଳି ମନେ ପଡ଼ିଲା ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ପ୍ରକାଶ ଯେ, ଦଳ ବିରୋଧୀ କାର୍ଯ୍ୟ ଏବଂ ଅନୁଶାସନ ଭଙ୍ଗକୁ ନେଇ ଭାଜପାରୁ ବିଜୟ, ଶାରଦା ପ୍ରଧାନ ଏବଂ ରାକେଶ ମଲ୍ଲିକଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ଏନେଇ ପ୍ରତିକ୍ରିୟା ରଖି ବିଜୟ ଭାଜପା ଉପରେ ବର୍ଷିଛନ୍ତି। ଦଳରେ କ’ଣ ଚାଲିଛି ସମସ୍ତେ ଜାଣନ୍ତି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଗଲା ବୋଲି କୁହାଯାଇଛି। ହେଲେ ମୁଁ ତ ଦଳରେ ନାହିଁ। ମୋତେ କିଭଳି ବହିଷ୍କାର କରାଗଲା।

ad-week
Leave A Reply

Your email address will not be published.