୨୨ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର; ୨୪ରେ ଅବପାତ

add-all

ଭୁବନେଶ୍ୱର : ରାଜ୍ୟବାସୀଙ୍କ ତାତିରୁ ମିଳିବ ଆଶ୍ୱସ୍ତି। ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହାକ୍ରମେ ଘନୀଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ କେବେ ପଡ଼ିବ ଓ ଏହା ପ୍ରଭାବରେ ଓଡ଼ିଶାରେ କେବେଠୁ ପାଗର ପରିବର୍ତ୍ତନ ହେବା ସହ ବର୍ଷା ହେବ ତାହା ଜଣାପଡ଼ିନାହିଁ।
କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଖରା ବଢ଼ିଛି। ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଦିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ ୨୦ ତାରିଖରେ ୬ ଜିଲ୍ଲା ୨୧ ତାରିଖରେ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ad-week
Leave A Reply

Your email address will not be published.