ପ୍ରଚାର ଶେଷ ଦିନ ଶନିବାର ଭୋଟରଙ୍କ ମନ ଜିଣିବାକୁ ନେତାଙ୍କ ଭରପୁର ଉଦ୍ୟମ

add-all

ହିଞ୍ଜିଳିକାଟୁ ୧୮/୫ : ଆଉ ଦିନକ ପରେ ମତଦାନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ରାଜନୈତିକ ଦଳଗୁଡ଼ିକ ଅନ୍ତିମ ଉଦ୍ୟମ ଜାରି କରିଛନ୍ତି । ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର । ଏହାରି ଭିତରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରି ନିଜକୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ।ଶେଷ ଦିନରେ ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ସହ‌ ଶେରଗଡ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ଙ୍କୁ ବିଜେଡ଼ିର ନେତା ମାନେ ବିଜେଡି ର ଶତାଧିକ କର୍ମୀଙ୍କ ସହ ଏକ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଶଙ୍ଖ ଚିହ୍ନକୁ ଭୋଟ ଦେଇ ହିଞ୍ଜିଳି ସହ ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ନିବେଦନ କରିଛନ୍ତି । ସେହିପରି ବିଜେପି ଏବଂ କଂଗ୍ରେସ ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରିଛନ୍ତି । ଶନିବାର କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ପୌରାଞ୍ଚଳର ବିଭିନ୍ନ ୱର୍ଡ ବୁଲି ବାଇକ ଶୋଭାଯାତ୍ରା ସହ ପ୍ରଚାର ପ୍ରସାର କରିଥିଲେ । କଂଗ୍ରେସ ଏଥର ସରକାରକୁ ଫେରି ଉଭୟ ବିଜେଡି ଓ ବିଜେପିକୁ କଡ଼ା ଜବାବ ଦିଆଯିବ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ କରିବା ହିଁ କଂଗ୍ରେସର ଏକ ମାତ୍ର ଲକ୍ଷ୍ୟ ବୋଲି କହିଥିଲେ ରଜନୀ। ହିଞ୍ଜିଳି ରେ ଵିଧାନସଭା ଆସନରେ ୧୦ ଜଣ ପ୍ରାର୍ଥୀ ମଇଦାନରେ ରହିଥିଵା ବେଳେ ବିଜେଡି ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ଲକ୍ଷରେ ରହିଥିବା ବେଳେ ଭାଜପାରୁ ଶିଶିର ମିଶ୍ର ରାଜନୈତିକ ଅଭିଜ୍ଞତା ନଥିଲେ ମଧ୍ୟ ଅଣ୍ଡରକରେଣ୍ଟ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି। ହିଞ୍ଜିଳି ରେ ଵିଜେପି ର ସଙ୍ଗଠନ ନଥିଲେ ମଧ୍ୟ ପ୍ରଚାର ପ୍ରସାର ଦେଖିବାକୁ ମିଳୁନାହିଁ କିନ୍ତୁ ସ୍ଥାନିୟ ନେତୃବୃନ୍ଦ ଙ୍କ ଉପରେ ଅସନ୍ତୋଷ ପରିଲକ୍ଷିତ ତାହାର ଫାଇଦା ଉଠାଇବା ପାଇଁ ଅଙ୍କ କଷୁଥିବା ଜଣାପଡିଛି।ସେହିପରି କଙ୍ଗ୍ରେସ ରୁ ରଜନୀକାନ୍ତ ପାଢି,ଆପ ରୁ ଭଜରାମ ସାବତ,ଭି ଏସ ପି ରୁ ବଳରାମ ନାହାକ,ଏସୟୂସିଆଇ ପକ୍ଷରୁ ନାରାୟଣ ସାହୁ, ସ୍ଵାଧୀନ ପ୍ରାର୍ଥୀ ଭାବେ ରାମନାରାୟଣ ବିଶ୍ଵାସରା, ସ୍ଵାଧୀନ ପ୍ରାର୍ଥୀ ଭାବେ ଅକ୍ଷୟ କୁମାର, ସ୍ଵାଧୀନ ପ୍ରାର୍ଥୀ ଏସ ଲକ୍ଷ୍ମୀ ଆଚାରୀ,ଓ ସ୍ଵାଧୀନ ପ୍ରାର୍ଥୀ ସଵିତା କୁମାରୀ ସାହୁ ମଧ୍ୟ ପ୍ରଚାର ଜୋରଦାର ଚଳାଇଛନ୍ତି। ଅପରପକ୍ଷରେ ଅସନ୍ତୁଷ୍ଟ ନେତାମାନେ ଦଳୀୟ ପ୍ରାର୍ଥୀ ଙ୍କ ଅଙ୍କ ବିଗାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.