ଲାଇନରେ ଛିଡା ହୋଇ ଭୋଟ ଦେଲେ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ

add-all

ରାଉରକେଲା :ସୁନ୍ଦରଗଡ ଜିଲ୍ଲା ବଣାଇଁ ନିର୍ବାଚନ ମଣ୍ଡଳୀର ଲହୁଣୀପଡ଼ା ବ୍ଲକ କଲେଇପୋଷ ପଞ୍ଚାୟତ କେନ୍ଦୁଡିହ ଗ୍ରାମରେ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ନି ପରିବାର ସଦସ୍ୟଙ୍କ ସହିତ ମତଦାନ କରିଛନ୍ତି।
ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ପରିବାର ସହ ଆଦିବାସୀ ପରମ୍ପରାରେ ନିଜ ଘରେ ପୂଜାର୍ଚ୍ଚନା କରି କେନ୍ଦୁଡିହ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ୧୬୭ ନମ୍ବର ବୁଥ୍‌କୁ ଆସି ଲାଇନରେ ଛିଡା ହୋଇ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ ତଥା ପରିବାର ସଦସ୍ୟମାନେ ନିଜ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।
ଭୋଟ ପ୍ରଦାନ ପରେ ଓରାମ ସମସ୍ତଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ମତଦାନ ଜରିଆରେ ଦେଶ ତଥା ରାଜ୍ୟ ବିକାଶରେ ସାରଥି ସାଜିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.