ଟ୍ରକ ଧକ୍କାରେ ଶଳା ଓ ଭିଣେଇ ମୃତ

add-all

ଛତ୍ରପୁର : ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥ ରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି, ଏକ ଟ୍ରକ ଧକ୍କା ରେ ବାଇକ ରେ ଥିବା ଶଳା ଓ ଭିଣୋଇ ଙ୍କ ମୃତୁ ଘଟିଛି | ସୂଚନା ପ୍ରକାରେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସାମନ୍ତରାୟ ପୁର ଗ୍ରାମର ଗଦାଧର ପ୍ରଧାନ (ଶଳା) ( ୪୫) ଓ ତାଙ୍କ ଭିଣୋଇ କରୁଣା କର ବିଶ୍ୱାଳ ( ୫୦) ବ୍ରହ୍ମପୁର ବଡ ମେଡିକାଲ ରୁ ନିଜ ଘର କୁ ଯାଉଥିବା ବେଳେ ନିକଟ ଟାଟା ପ୍ଲାଣ୍ଟ ଗେଟ ସମ୍ମୁଖ ଜାତୀୟ ରାଜପଥ ରେ ପଛପଟୁ ଆସୁଥିବା ଏକ ଟ୍ରକ ନଂ ଏପି ୦୫ ଟିଡି ୭୪୩୯ ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଲା ବାଇକ କୁ, ଯାହାଫଳ ରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା | ଏହାର ସୂଚନା ପାଇ ଚମାଖଣ୍ଡି ଥାନା ଏ ଏସ ଆଇ ମାନସୀ ସାହୁ ଘଟଣା ସ୍ଥଳରେ ପଂହଁଚି ମୃତଦେହ କୁ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ପଠାଇବା ସହିତ ଘଟଣାକୁ ଗୁରୁତ୍ୱ ନେଇ ତଦନ୍ତ କରୁଛନ୍ତି | .

ad-week
Leave A Reply

Your email address will not be published.