ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ

add-all

ଭୁବନେଶ୍ବର: ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଗତକାଲି ରାତି ୧୧ଟା ୩୦ ସୁଦ୍ଧା ଓଡ଼ିଶାରେ ପ୍ରାୟ ୬୭. ୫୯ ପ୍ରତିଶତ ମତଦାନ ହୋଇଛି। ଦେଶରେ ମୋଟ୍ ୬୦. ୦୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ରାଜ୍ୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସମେତ ଏହା ଅଧୀନରେ ଥିବା ସମସ୍ତ ୩୫ ବିଧାନସଭା ପାଇଁ ଭୋଟ୍ ପଡ଼ିଛି। ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଓ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ad-week
Leave A Reply

Your email address will not be published.