କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ‌ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

add-all

କେନ୍ଦୁଝର: କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ‌ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କେନ୍ଦୁଝର ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ବିଶାଳ ଜନସଭାରେ ଘୋଷଣା କରିଛନ୍ତି। ବିଜେପି ସରକାର ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍ ଦିଆଯିବ।
ନବୀନ ବାବୁ ଓଡ଼ିଶାକୁ ପଛକୁ ଠେଲି ଦେଇଛନ୍ତି। କେନ୍ଦୁଝରକୁ ନବୀନ ସରକାର କିଛି ଦେଇଛନ୍ତି। ଏଠି କୌଣସି ବିକାଶ ହୋଇନାହିଁ। ମୋଦୀ ଚାଉଳ ଦେଉଛନ୍ତି, ନବୀନ ବାବୁ ଖାଲି ଅଖା ଦେଉଛନ୍ତି। ନବୀନ ବାବୁଙ୍କର ବୟସ ବଢ଼ିଗଲାଣି, ଆଉ କାମ କରିପାରୁନାହାନ୍ତି। କୌଣସି ତାମିଲ ଲୋକ ଏଠି ଶାସନ କରିପାରିବନି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଆଦିବାସୀ ଭାଇଭଉଣୀମାନଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁତ କିଛି କରିଛନ୍ତି। ସେ ୭୪୦ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିଛି ବିଜେପି। ଏଠି ବିଜେପି ସରକାର କରନ୍ତୁ। ଦୁଇ ବର୍ଷ ଭିତରେ ସମସ୍ତଙ୍କୁ ଘର ଓ ପିଇବା ପାଣି ମିଳିବ। ଓଡ଼ିଶାରେ ବିଜେପି ସରକାର ଆସିଲେ ଦେଢ଼ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ବିଜେପି ସରକାର ହେଲେ ୫ ବର୍ଷ ଭିତରେ ଓଡ଼ିଶାକୁ ନମ୍ବର ୱାନ୍ ରାଜ୍ୟ କରିବୁ। ବିଜେପି ସରକାର ଆସିଲେ, ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ବାର ଖ‌ୋଲାଯିବ। ରତ୍ନଭଣ୍ଡାରର ସବୁ ସମ୍ପତ୍ତି ପ୍ରଭୁ ଜଗନ୍ନାଥଙ୍କର, ଚାବି ହଜିଗଲାଣି।ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ବିଜେପି ଆସିଲେ ରତ୍ନଭଣ୍ଡାର ଲୁଟେରାଙ୍କ ପ୍ରତି ଦଣ୍ଡବିଧାନ ହେବ। ଏହି ବିଶାଳ ଜନସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ମଧ୍ୟ ଟା‌ର୍ଗେଟ କରିଛନ୍ତି।

ad-week
Leave A Reply

Your email address will not be published.