ବିମାନ ଧକ୍କାରେ ୪୦ ରାଜହଂସଙ୍କ ମୃତ୍ୟୁ

add-all

ନୂଆଦିଲ୍ଲୀ : ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲି ଯାଇଛି ୪୦ଟି ରାଜହଂସଙ୍କ ଜୀବନ। ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି। ଦୁବାଇରୁ ଆସୁଥିବା ଏମିରଟ୍ସର ଗୋଟିଏ ବିମାନ ଧକ୍କାରେ ଏତେ ବଡ଼ ଘଟଣା ଘଟିଛି। ୪୦ ରାଜହଂସ ବିମାନରେ ପିଟି ହୋଇ ପ୍ରାଣ ହରାଇଥିଲେ ହେଁ ଦୁବାଇରୁ ଆସୁଥିବା ଇକେ ୫୦୮ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି।
ମିଳିଥିବା ସୂଚନା ଅନୁସାରେ, ପୂରା ଘଟଣା ମୁମ୍ବାଇର ପଣ୍ଟନାଗର ଅନ୍ତର୍ଗତ ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଛି। ବିମାନଟି ସୋମବାର ରାତିରେ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ ହେଁ ଏହା ଆଉ ରାତିରେ ଉଡ଼ାଣ କରି ନଥିଲା। ବିମାନର ଯାଞ୍ଚ ପାଇଁ ଏହାର ଉଡ଼ାଣକୁ ବାତିଲ କରାଯାଇଥିଲା।
ଏଥିପାଇଁ ଅନେକ ଯାତ୍ରୀଙ୍କୁ ମୁମ୍ବାଇ ଏୟାରପୋର୍ଟରେ ରାତି କାଟିବାକୁ ପଡ଼ିଥିଲା। ମଙ୍ଗଳବାର ରାତି ୯ଟା ବେଳେ ଏମିରଟ୍ସର ୫୦୯ ବିମାନ ଯାତ୍ରୀଙ୍କୁ ନେଇ ଦୁବାଇ ଗସ୍ତ କରିବ। ନିୟମ ଅନୁସାରେ, ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଯାତ୍ରୀମାନଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ଜଙ୍ଗଲ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡ଼ିକ ମିଳିଥିବା ସ୍ଥାନରୁ ରାଜହଂସଗୁଡ଼ିକର ନମୁନା ସଂଗ୍ରହ କରାଯାଇଛି। ସେହିପରି ଜଙ୍ଗଲ ବିଭାଗର ଆଉ ଗୋଟିଏ ଟିମ ଏମିରଟ୍ସ ବିମାନ ଚଳାଉଥିବା ପାଇଲଟଙ୍କ ବୟାନ ରେକର୍ଡ କରିବ।
ଜଣେ ଅଧିକାରୀ କହିଛନ୍ତି, “ଆମ ଟିମ ଘଟଣାସ୍ଥଳରେ ଅଛନ୍ତି ଓ ପୂର୍ଣ୍ଣକାଳୀନ ତଦନ୍ତ ଆରମ୍ଭ କରାଯାଇଛି। ମୃତ୍ୟୁର କାରଣ ଖୋଜିବାକୁ ଉଦ୍ୟମ କରାଯାଉଛି। ଯେଉଁ ବିମାନ ରାଜହଂସଗୁଡ଼ିକୁ ଧକ୍କା ଦେଇଛି, ତା’ର ପାଇଲଟଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ।”
ରାଜହଂସଗୁଡ଼ିକ ଏକାଠି ହୋଇ ଥାନେ ସ୍ଥିତ ଅଭ୍ୟାୟରଣ୍ୟକୁ ଯାଉଥିଲେ। ଏହି ସମୟରେ ବିମାନ ସହ ସେମାନଙ୍କର ଧକ୍କା ହୋଇଛି।
ସମାଜସେବୀମାନଙ୍କ କହିବା କଥା ଯେ ନଭି ମୁମ୍ବାଇ ସ୍ଥିତ ଜଳାଶୟ ନିକଟରେ ନିର୍ମାଣ କାମ ଚାଲୁଥିବାରୁ ରାଜହଂସଗୁଡ଼ିକ ସେମାନଙ୍କ ଗତିପଥ ବଦଳାଇଥିଲେ। ତେଣୁ ଏହାର ତଦନ୍ତ ମଧ୍ୟ କରାଯାଉ।

ad-week
Leave A Reply

Your email address will not be published.