ମୁହଁ ଖୋଲିଲେ ପ୍ରଦୀପ ପାଣିଗ୍ରାହୀ: କହିଲେ, ବିଜେଡି ଷଡଯନ୍ତ୍ରରେ ହୋଇଛି ଆକ୍ରମଣ

add-all

ଭୁବନେଶ୍ୱର,୨୧।୫: ବ୍ରହ୍ମପୁର ଭାଜପା ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଭୁବନେଶ୍ୱର ଏମ୍ସରୁ ଡିସ୍‌ଚାର୍ଜ ହୋଥଛନ୍ତି। ଡିସ୍‌ଚାର୍ଜ ପରେ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି।
ପ୍ରଦୀପ କହିଛନ୍ତି, ଗୋଷାଣୀ ନୁଆଁଗାଁର ୧୩୨ ନମ୍ବର ବୁଥରେ ଇଭିଏମ ଠିକ୍‌ରେ ସିଲ ହେଲା ନା ନାହିଁ, ସେ ସଂପର୍କରେ ବୁଝିବା ପାଇଁ ମୁଁ ଯାଇଥିଲି। ସେଠାରେ ସ୍ବାଧୀନ ପ୍ରାର୍ଥୀ ପିଣ୍ଟୁ ଦାଶ ମୋ ଉପରେ ଆକ୍ରମଣ କରିଥିଲେ। ଫଳରେ ମୁଁ ଚତୋ ହରାଇଥିଲି। ଚେତା ଫେରିବା ବେଳକୁ ଆକ୍ରମଣ ସଂପର୍କରେ ପୋଲିସ ଅଧିକାରୀଙ୍କୁ ପଚାରିଥିଲି। କିନ୍ତୁ ସଂପୃକ୍ତ ପୋଲିସ ଅଧିକାରୀ ଜଣକ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ।
ପ୍ରଦୀପ ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି, ପିଣ୍ଟୁ ଦାଶଙ୍କ ପୂର୍ବରୁ ଭାଜପା ଟିକଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସମ୍ଭବ ନ ହେବାରୁ ବିଜେଡି ସହ ଭିତିରି କଥା ହୋଇ ସ୍ବାଧିନ ଭାବେ ସେ ଲିଛନ୍ତି। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଏବଂ ଆସିକା ସିଟରେ ବିଜେଡିର ପରାଜୟ ସମ୍ଭାବନାକୁ ଦେଖି ପୋଲିସ ଉପସ୍ଥିତିରେ ଆକ୍ରମଣ କରାଯାଇଛି। ପିଣ୍ଟୁ ଦାଶଙ୍କ ମୋବାଇଲ ଯାଞ୍ଚ କଲେ ସବୁ ସତ ସାମ୍ନାକୁ ଆସିବ।

ad-week
Leave A Reply

Your email address will not be published.