ପୋଲ ତଳୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

add-all

ଖୋର୍ଦ୍ଧା: ୧୦ ଦିନ ହେଲା ନିଖୋଜ ଥିଲେ ଯୁବକ, ଯୁବତୀ। ପୋଲ ତଳୁ ମିଳିଲା ଦୁଇ ଜଣଙ୍କର ଗଳିତ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁରେ ଏହି ଘଟଣା ଘଟିଛି। ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ। ସେହିପରି ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ ଲାଠିପଡା ଗାଁରେ। ଉଭୟଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତକାଲି ସନ୍ଧ୍ୟାରେ ଯୁବକ, ଯୁବତୀଙ୍କ ମୃତଦେହ ପୋଲ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଯୁବକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଯୁବତୀଙ୍କ ନିଖୋଜ ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ଯୁବକ, ଯୁବତୀଙ୍କୁ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ମୃତଦେହ ଗଣ୍ଡିମୁଣ୍ଡ ଅଲଗା ଅବସ୍ଥାରେ ମିଳିଥିଲା। 

ତେବେ ଯୁବକଯୁବତୀଙ୍କ କିଏ ହତ୍ୟା କଲା ଓ କାହିଁକି କଲା ଓ ହତ୍ୟାକାଣ୍ଡ ପଛର କାରଣ କଣ ହୋଇପାରେ ତାହା ଅସ୍ପଷ୍ଟ ରହିଛି। ଏନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.