ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

add-all

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା  ନବୀନ ବାବୁ  କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି ନା ଏହା ଏଆଇ ମାଧ୍ୟମରେ କରାଯାଉଛି । ଯଦି ନବୀନ ବାବୁ କହିଥାନ୍ତେ, ତାହାଲେ ସଭାସମିତିରେ ମଧ୍ୟ କୁହଁନ୍ତେ । ସଭାସମିତିରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି କହିଲେ ସମୀର ।

ନବୀନ ବାବୁଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି କହିଛନ୍ତି ସମୀର ମହାନ୍ତି । ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ତାହା ସମସ୍ତେ ଜାଣିସାରିଲେଣି । ଧାନର ଏମଏସପି ନେଇ କାହିଁକି ନିରବ ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କଲେ ବିଜେପି ନେତା ସମୀର ମହାନ୍ତି ।

ସେ ଆହୁରି କହିଛନ୍ତି, ଓଡ଼ିଆ ସଂସ୍କୃତି, ଐତିହ୍ୟର କଥା କହୁଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଅସ୍ମିତା କଥା କହି ଜନସାଧାରଣଙ୍କ ପାଖରେ  ଭୋଟ ମାଗୁଛନ୍ତି ହେଲେ ୮ ବର୍ଷ ହେଲାଣି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର କାହିଁକି ଦେଉ ନାହାନ୍ତି। ଯେଉଁ ବିଷୟରେ ଆଲୋଚନା ହେଉଛି ତାହାର ଉତ୍ତର ରଖନ୍ତୁ। ଆଲୋଚନା ପାଇଁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।ତେବେ ତାଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ad-week
Leave A Reply

Your email address will not be published.