ପାକିସ୍ତାନର ସହାୟତା ଲୋଡ଼ିଥିବାରୁ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ କମିସନରେ ଅଭିଯୋଗ

add-all

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ କମିସନରେ ଏକ ଅଭିଯୋଗ ଦାଖଲ କରାଯାଇଛି। ରାଜ୍ୟରେ ସରପଞ୍ଚ ହତ୍ୟା ମାମଲାରେ ପାକିସ୍ତାନରୁ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। କୁଲଗାମର ବାସିନ୍ଦା ସିରାଜ ଜମାନ କାଶ୍ମୀରର ଏନସି ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧରେ ନିର୍ବାଚନ ଆୟୋଗରେ ଅଭିଯୋଗ କରିଛନ୍ତି। ଜମାନ ମଧ୍ୟ ବିଜେପିର ଜଣେ ସଦସ୍ୟ ।
ଜମାନ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଫାରୁକ୍ ଅବଦୁଲ୍ଲା କ୍ରମାଗତ ଭାବରେ ଭାରତୀୟ ସମ୍ବିଧାନ ବିରୋଧରେ ବିବୃତ୍ତି ଦେଉଛନ୍ତି। ଅଭିଯୋଗରେ ତାଙ୍କର ଦୁଇଟି ବିବୃତ୍ତି ଉଲ୍ଲେଖ କରାଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ସୋଫିଆଁର ହରପୁରରେ ଜଣେ ସରପଞ୍ଚଙ୍କ ହତ୍ୟା ବିଷୟରେ ଅବଦୁଲ୍ଲା କହିଛନ୍ତି ଯେ ପାକିସ୍ତାନ ସହ କଥାବାର୍ତ୍ତା ବିନା ଏହି ଅଞ୍ଚଳରେ ଶାନ୍ତି ସମ୍ଭବ ନୁହେଁ। ଏହା ସହିତ ସରପଞ୍ଚଙ୍କ ହତ୍ୟା ଘଟଣାର ଅନ୍ତର୍ଜାତୀୟ ତଦନ୍ତ ମଧ୍ୟ ଫାରୁକ ଦାବି କରିଥିଲେ।

ad-week
Leave A Reply

Your email address will not be published.