ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

add-all

ଖୋର୍ଦ୍ଧା : ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଖାଲି ସାମିଲ୍‌ ହୋଇନାହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ବିରାଟ୍‌ ରୋଡ୍‌ ଶୋ’ରେ ସେ ସାମିଲ୍ ହୋଇ ଅପରାଜିତା ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ୍‌ ମାଗିଛନ୍ତି।
ବିଜେପିରେ ମିଶିବା ପରେ ସେ କହିଛନ୍ତି, ବିଜେପି ବିପୁଳ ଜନସମର୍ଥନ ପାଉଛି। ଆଉ ଓଡ଼ିଶାର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ସେହି ପରିବର୍ତ୍ତନ ନାରାରେ ମୁଁ ସାମିଲ୍‌ ହୋଇଛି। ବିଜେପି ଏକମାତ୍ର ଦଳ, ଯିଏ ବିକାଶ କାର୍ଯ୍ୟକୁ ଆଗକୁ ନେଇପାରିବ ବୋଲି ଶ୍ରୀ ମିତ୍ର କହିଛନ୍ତି।
ସୂଚନାରୁ ପ୍ରକାଶ, ଜିତୁ ମିତ୍ର ଖୋର୍ଦ୍ଧାରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥିର ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ବିଜେଡି ପ୍ରାର୍ଥୀ କରିଥିଲେ। ଯେଉଁଥିପାଇଁ ଜିତୁ ମିଶ୍ର କ୍ଷୁବ୍ଧ ଥିଲେ। ଆଜି ସେ ନିଜ ସମର୍ଥକଙ୍କୁ ଧରି ବିଜେପିରେ ସାମିଲ୍‌ ହୋଇଛନ୍ତି।

ad-week
Leave A Reply

Your email address will not be published.