ମୁକୁଳା ପଡିଛି ବିଦ୍ୟୁତ ଟ୍ରାନ୍ସଫର୍ମର, ସଂସ୍ପର୍ଶରେ ଆସି ଗାଈର ମୃତ୍ୟୁ

add-all

ସୁବର୍ଣ୍ଣପୁର : ସୋନପୁର ସହର ୱାର୍ଡ ନଂ ୧୩ କୁମ୍ଭାର ପଡାଠାରେ ଦୀର୍ଘବର୍ଷରୁ ମୁକୁଳା ହୋଇ ପଡିଥିବା ଟ୍ରାନ୍ସଫର୍ମର ସଂସ୍ପର୍ଶ ରେ ଆସି ଆଜି ସକାଳୁ ସକାଳୁ ଏକ ଗାଇର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇ ଥିବାବେଳେ ଟିପିଡ଼ବ୍ଲୁଓଡିଏଲ୍ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଆଗରୁ ଏ ବିଭାଗ ରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରି ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହି ଅଞ୍ଚଳରେ ସବୁବେଳେ ଛୋଟ ଛୁଆ ଖେଳକୁଦ ତଥା ଚଳପ୍ରଚଳ କରୁଥିବା ବେଳେ ଅତି ଶିଘ୍ର ସୁରକ୍ଷିତ ପାଚେରୀ ନିର୍ମାଣ ପାଇଁ ଲୋକେ ଦାବୀ କରିଛନ୍ତି। ସହରରେ ଅନେକ ସ୍ଥାନରେ ଏଭଳି ଅସୁରକ୍ଷିତ ଅବସ୍ଥାରେ ଅନେକ ଟ୍ରାନ୍ସଫର୍ମର ରହିଥିବା ବେଳେ ବିଦ୍ୟୁତ୍ ବିଭାଗ ର ଅବହେଳା ଯୋଗୁଁ ଆଗକୁ ଧନ ଜୀବନ ପ୍ରତି ଅସୁରକ୍ଷିତ ମଣୁଛନ୍ତି ସ୍ଥାନୀୟ ଜନସାଧାରଣ। ସେହିପରି ସହର ମଧ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ମଧ୍ୟ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଜଣାପଡିଛି।

ଏ ନେଇ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ବିଏସଏନଏଲ୍ ଫୋନ୍ ନମ୍ବର୍ ଟିଁ ଟିଁ ଟିଁ କରି କଟିଯାଉ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ। ପ୍ରକାଶ ଥାଉ କି ଯେ ଦୁଇ ବର୍ଷ ପୂର୍ବରୁ ବର୍ଷା ଦିନ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବାସ ଭବନ ସମ୍ବୁଖ ରେ ମଧ୍ୟ ବିଦ୍ୟୁତ୍ ବିଭାଗ ର ଘୋର ଅବହେଳା ଯୋଗୁଁ ଷ୍ଟ୍ରିଟ ଲାଇନ୍ ଖୁଣ୍ଟ ସଂଯୋଗ ରେ ଆସି ଦୁଇ ଗୋଟି ଗୋରୁ ଙ୍କ ମୃତ୍ୟୁ ହୋଇଥିଲା l ଜିଲ୍ଲାପାଳ ଏ ସବୁ ଦିଗରେ ଗୁରୁତର ସହ ଧ୍ୟାନ ଦେଇ ବିଭାଗୀୟ ଅଧିକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି l

ad-week
Leave A Reply

Your email address will not be published.