ଏମରଜେନ୍ସି ଲ୍ୟାଣ୍ଡିଂ ବେଳେ ଖାତରେ ଖସି ପଡ଼ିଲା ହେଲିକପ୍ଟର

add-all

କେଦାରନାଥ ଧାମକୁ ଯାଉଥିଲେ ୫ ଯାତ୍ରୀ, ଖାତରେ ଖସି ପଡ଼ିଲା ହେଲିକପ୍ଟର । ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଯାତ୍ରୀମାନେ କେଦାରନାଥ ଧାମକୁ ହେଲିକପ୍ଟରରେ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।

ହେଲିପ୍ୟାଡରୁ ମାତ୍ର ୧୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ ହେଲିକପ୍ଟରଟିକୁ କେଦାରନାଥରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ହେଲିପ୍ୟାଡରେ ଲ୍ୟାଣ୍ଡ କରି ନ ପାରି ତା’ ନିକଟରେ ଥିବା ଏକ ଖାତରେ ଖସିପଡ଼ିଥିଲା ।

ଏହା ପରେ ଆଖପାଖରେ ଥିବା ଲୋକେ ଭୟଭୀତ ହୋଇ ଦୌଡ଼ାଦୌଡି ଆରମ୍ଭ କରିଥିଲେ। ତୁରନ୍ତ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି।

ଗତ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ବହୁ ଯାତ୍ରୀ ହେଲିକପ୍ଟର ସାହାଯ୍ୟରେ ଦର୍ଶନ ନିମନ୍ତେ ଯାଉଛନ୍ତି।

ad-week
Leave A Reply

Your email address will not be published.