କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲ; ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍

add-all

କର୍ଣ୍ଣାଟକ ସେକ୍ସ ଭିଡିଓ ସ୍କାଣ୍ଡାଲରେ ଜଡିତ ସାଂସଦ ପ୍ରଜ୍ଜ୍ୱଳ ରେଭେନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲା କେନ୍ଦ୍ର। ଆଜି ବୈଦେଶିକ ମନ୍ତ୍ରଣାଳୟ ସାଂସଦ ରେଭାନ୍ନାଙ୍କୁ ନୋଟିସ୍ ପଠାଯାଇଛି। ଏହି ମାମଲା ଉପରେ କାରଣ ଦର୍ଶାଇବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେକ୍ସ ଭିଡିଓ ଭାଇରାଲ୍ ହେବା ପରେ ଦେଶ ଛାଡି ବିଦେଶ ପଳାଇଛନ୍ତି କର୍ଣ୍ଣାଟକର ହାସନ ସାଂସଦ ତଥା ଜନତା ଦଳ(ସେକ୍ୟୁଲାର)ରୁ ନିଲମ୍ବିତ ହୋଇଥିବା ନେତା ପ୍ରଜ୍ଜ୍ୱଳ ରେଭନ୍ନା। ଗତକାଲି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରେଭନ୍ନାଙ୍କ କୂଟନୈତିକ ପାସପୋର୍ଟ ବାତିଲ କରିବାକୁ ଅନୁରୋଧ କରିଥିଲେ। ଏହା ପରେ କେନ୍ଦ୍ରରୁ ତାଙ୍କ ପାଖକୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। 

ପ୍ରକାଶ ଥାଉକି, ପ୍ରଜ୍ଜ୍ୱଳଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ସେ ପ୍ରାୟ ୩ ହଜାର ମହିଳାଙ୍କ ସେକ୍ସ ଭିଡିଓ ରଖି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ। ତାଙ୍କ ପେନଡ୍ରାଇଭରୁ ଏସବୁ ଭିଡିଓ ମିଳିବା ପରେ ସେ ଜର୍ମାନୀ ଫେରାର୍ ହୋଇ ଯାଇଛନ୍ତି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ବାରମ୍ବାର ନୋଟିସ୍ ପଠା ଯାଉଥିଲେ ମଧ୍ୟ ସେ ଫେରୁନାହାନ୍ତି।

ଏହି ମାମଲାରେ ପ୍ରଜ୍ଜ୍ୱଳଙ୍କ ବାପା ତଥା କର୍ଣ୍ଣାଟକ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗ ରହିଛି। ପୁଲିସ ଏହି ମାମଲାରେ ଏଚଡି ରେଭାନ୍ନାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ତାଙ୍କୁ ଜାମିନ ମିଳିଛି। 

ad-week
Leave A Reply

Your email address will not be published.