ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ

add-all

ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସ୍ମତି ପ୍ରଶ୍ନ କରିଛନ୍ତି ଯେ, ‘୩୨ ହଜାର କୋଟିର ଚିଟ୍‌ଫଣ୍ଡ ଘୋଟାଲା ହେଲା, ଟଙ୍କା କୁଆଡ଼େ ଗଲା’। ୬୦ ହଜାର କୋଟିର ଖଣି ଦୁର୍ନୀତି। ଉକ୍ତ ଟଙ୍କା କୁଆଡ଼େ ଗଲା’। ରତ୍ନଭଣ୍ଡାର ଚାବି କୁଆଡ଼େ ବୋଲି ସ୍ମୃତି ଲେଖାଶ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଥମଥର ପ୍ରଚାର କରିବାକୁ ଶନିବାର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

ad-week
Leave A Reply

Your email address will not be published.