ମତଦାନ ବେଳେ ଅଘଟଣ, ଟଳି ପଡ଼ିଲେ ପୁଲିଂ ଏଜେଣ୍ଟ ଓ ବୃଦ୍ଧା

add-all

ଭୁବନେଶ୍ବର : ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଅସହ୍ୟ ଖରା ହେତୁ ଘଟିଛି ଅଘଟଣ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମତଦାନ ଚାଲିଥିବା ବେଳେ ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ଘଟିଛି ଅଘଟଣ। ଏହି ଦୁଇ ଜିଲ୍ଲାରେ ଜଣେ ପୁଲିଂ ଏଜେଣ୍ଟ ଓ ଜଣେ ବୃଦ୍ଧା ମତଦାନ କେନ୍ଦ୍ରରେ ଟଳି ପଡ଼ିଛନ୍ତି। ଅତ୍ୟଧିକ ଖରା ହେତୁ ଏପରି ଅଘଟଣ ଘଟିଥିବା ଆଲୋଚନା ହେଉଛି।
ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବାହାଲୁଣ୍ଡା ଗାଁର ଶୁକଦେବ ପଟ୍ଟନାୟକ। ସେ ଢେଙ୍କାନାଳ ହିନ୍ଦୋଳ ବିଧାନସଭା କ୍ଷେତ୍ର ନୁଆବଗ ପଞ୍ଚାୟତ ବାହାଲୁଣ୍ଡା ଗାଁ ୧୩୬ ନମ୍ବର ବୁଥରେ ବିଜେପି ଏଜେଣ୍ଟ ଭାବରେ କାର୍ଯ୍ୟରତ ଥିଲେ। ଆଜି ସକାଳ ପ୍ରାୟ ସାଢେ ୯ଟାରେ ଭୋଟ କେନ୍ଦ୍ରରେ ସେ ଅଚେତ ହୋଇ ପଡ଼ିଥିଲେ।
ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ତୁରନ୍ତ ହିନ୍ଦୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ବଳଦିଆନୁଆ ଗାଁରେ ଭୋଟ ଦେବାକୁ ଯାଇ ଜଣେ ବୃଦ୍ଧା ଆଖି ବୁଜିଛନ୍ତି। ଭୋଟ ଦେବାକୁ ଧାଡ଼ିରେ ଛିଡା ହୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତା ବୃଦ୍ଧା ହେଉଛନ୍ତି ୬୫ ବର୍ଷୀୟ କୁମୁଦିନୀ ଦଳାଇ ।
କୁମୁଦିନୀଙ୍କ ଘର ପଥରପୁଞ୍ଜି ଗାଁରେ। ମତଦାନ କେନ୍ଦ୍ରରେ ଠିଆ ହୋଇଥିବା ବେଳେ ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇଥିଲା । ତୁରନ୍ତ ତାଙ୍କୁ ଖଣ୍ଡପଡ଼ା ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.