ଭୋଟ୍ ଦେଇ କେଜ୍ରିୱାଲ କହିଲେ… ଏକଛତ୍ରବାଦ ଶାସନ ବିରୁଦ୍ଧରେ ଦିଆଯାଉଛି ଭୋଟ୍

add-all

ନୂଆଦିଲ୍ଲୀ : ମଦ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ସହ ଭୋଟ୍ ଦେଇଛନ୍ତି। ଭୋଟ୍ ଦେବା ପରେ କେଜ୍ରିୱାଲ କହିଛନ୍ତି, ‘ଏକଛତ୍ରବାଦୀ ଶାସନ, ମୁଦ୍ରାସ୍ଫୀତି ଏବଂ ବେକାରୀ ବିରୋଧରେ ଲୋକମାନେ ବହୁ ସଂଖ୍ୟାରେ ଭୋଟ୍ ଦେଉଛନ୍ତି।’
ସେହିପରି ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ମଧ୍ୟ ନିଜର ମତ ସାବ୍ୟସ୍ତ କରିଛନ୍ତି। ଭୋଟ୍ ଦେବା ପରେ ମାଲିୱାଲି କହିଛନ୍ତି, ‘ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’
ଆଜି ଦିଲ୍ଲୀ ସମେତ ଦେଶର ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମଦତାନ ହେଉଛି। ଦିନ ୧୧ଟା ସୁଦ୍ଧା ଦେଶରେ ୨୫.୭୬ ପ୍ରତିଶେତ ଭୋଟିଂ ହୋଇ ଥିବାବେଳେ ପଶ୍ଚିମବଙ୍ଗରେ ସର୍ବାଧିକ ୩୬.୮୮ ପ୍ରତିଶତ ମତଦାନ ହୋଇଛି। ଦିଲ୍ଲୀ କଥା ଯଦି କହିବା ଏଠାରେ ଦିନ ୧୧ଟା ସୁଦ୍ଧା ୨୧.୬୯ ପ୍ରତିଶତ ମତଦାନ ହୋଇଥିଲା।
ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ମୋଟ ୫୮ଟି ଆସନ ପାଇଁ ମତଦାନ ଚାଲିଛି। ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୧୧ କୋଟିରୁ ଅଧିକ ଭୋଟର। ଏହି ପର୍ଯ୍ୟାୟରେ ବହୁ ବିଶିଷ୍ଟ ନେତା ପ୍ରାର୍ଥୀ ଅଛନ୍ତି।
ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଓ ଇନ୍ଦରଜିତ ସିଂହ, ବିଜେପିର ମେନକା ଗାନ୍ଧି, ସମ୍ବିତ ପାତ୍ର, ମନୋହର ଖଟ୍ଟର ଓ ମନୋଜ ତିୱାରୀ, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(PDP)ର ମେହବୁବା ମୁଫତି ଏବଂ କଂଗ୍ରେସର କହ୍ନେୟା କୁମାର ଅଛନ୍ତି। ଜୁନ ୧ରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିବା ପରେ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ।

ad-week
Leave A Reply

Your email address will not be published.