୨୯ରେ ଓଡ଼ିଶା ଆସିବେ ଖଡ୍‌ଗେ, ୩୦ରେ ରାହୁଲ ଗାନ୍ଧି

add-all

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡ୍‌ଗେ ଓ ସାଂସଦ ରାହୁଲ୍‌ ଗାନ୍ଧି। ଖଡ୍‌ଗେ ଦୁଇଟି ସଭା କରିବେ ଓ ରାହୁଲ ଗୋଟିଏ ଜନସଭାରେ ଉଦ୍‌ବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର।

ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ୍‌ଗେ। ସେହି ଦିନ ୧୧ଟାରେ ସେ ବାଲେଶ୍ୱରରେ ପହଞ୍ଚିବେ। ତା’ପରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ବାଲେଶ୍ୱର ସଭା ସରିବା ପରେ ଖଡ୍‌ଗେ ଭଦ୍ରକ ଯିବେ। ଅପରାହ୍ନ ୩ଟାରେ ଚାନ୍ଦବାଲିରେ ଆୟୋଜିତ ସାଧାରଣ ସଭାରେ ସେ ଯୋଗଦେବେ। ତା’ପରେ ସେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ସେହି ପରି କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି ୩୦ ତାରିଖରେ ଓଡ଼ିଶା ଆସିବେ। ୩୦ ତାରିଖ ଦିନ ୧୧ଟାରେ ସେ ସିମୁଳିଆ ସାନମହିତପୁରରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ। ଆଉ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.