“ଜଙ୍ଗଲ ପାଇଁ ମଞ୍ଜିଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ବ୍ରହ୍ମପୁର : ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସ୍ଥାନୀୟ ରାମଚଣ୍ଡୀ ଠାରେ “ଜଙ୍ଗଲ ପାଇଁ ମଞ୍ଜି ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ଛତ୍ରପୁର ସହର ଉପକଣ୍ଠରେ ଥିବା ମା ରାମଚଣ୍ଡୀଙ୍କ ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏହାର ନିକଟରେ ଥିବା ଏକ ଲଣ୍ଡା ପାହାଡ ଉପରେ ସବୁଜ ବାହିନୀ ପକ୍ଷରୁ ଏକ ହଜାରରୁ ଉର୍ଦ୍ଧ୍ବ ଛୋଟ ଛୋଟ ଗାତ କରାଯାଇ ଖତ ସହ ବିଭିନ୍ନ ପ୍ରକାରର ମଞ୍ଜି ଯଥା ଆମ୍ବ, ପଣସ, ତେନ୍ତୁଳି, ବେଲ, ଖୁଜୁରୀ ଇତ୍ୟାଦି ପୋତା ଯାଇଥିଲା। ବର୍ତ୍ତମାନ ପୃଥିବୀରେ ଜଙ୍ଗଲ ଅବକ୍ଷୟର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଅନେକ ପାହାଡ଼ ପର୍ବତ ବୃକ୍ଷ ହୀନ ହୋଇପଡିଛି l ଘରୁ ଦୈନିଦିନ ବ୍ୟବହାରରୁ ବାହାରୁଥିବା ବିଭିନ୍ନ ମଞ୍ଜି ସଂଗ୍ରହ କରି କିପରି ନୂତନ ଜଙ୍ଗଲ ସୃଷ୍ଟି କରିପାରିବା ତା ଉପରେ ପୂର୍ବରୁ “ଜଙ୍ଗଲ ପାଇଁ ମଞ୍ଜି ଟିଏ “କାର୍ଯ୍ୟକ୍ରମ କରାଯାଇଥିଲା। ଏହା ଦ୍ବାରା ସହରର ବିଭିନ୍ନ ସଙ୍ଗଠନ ଦ୍ବାରା ସଂଗୃହିତ କରାଯାଇ ଥିବା ମଞ୍ଜି ଗୁଡ଼ିକୁ ଆଜି ସଙ୍ଗଠନର ସଦସ୍ୟ ମାନଙ୍କ ସାହାଯ୍ୟରେ ପୋତା ଯାଇଥିଲା । ଆଗମୀ ଦିନରେ ବର୍ଷା ଋତୁ ଆଗମନ ପୂର୍ବରୁ ବିଭିନ୍ନ ଲଣ୍ଡା ପାହାଡ ଏମିତି ଅନେକ ମଞ୍ଜି ପୋତା ଯିବ ପାଇଁ ସ୍ଥିର କରାଯାଇଛି । ଏହି ଅଭିଯାନରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସାମ୍ବାଦିକ ସ୍ଵାଧୀନ ସାହୁ, ସାପ ଉଦ୍ଧାରକ ରାମ ପାତ୍ର, ପି ଵିନୋଦ, ସୁଜୀତ୍ ଗୌଡ, ସାଗର ପ୍ରସାଦ ପାତ୍ର,ବାଲାଜୀ ବେହେରା, ବିନାୟକ ପ୍ରଧାନ,ପ୍ରବୀଣ ନାୟକ, ଆକାଶ ରାଉତ୍, ଜୟ ଗୌଡ଼ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.