ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ପୁଣି ଉଡ଼ିଲା ଡ୍ରୋନ୍

add-all

ପୁରୀ: ପୁଣି ପଦାରେ ପଡ଼ିଛି ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ପ୍ରଶସ୍ତ ପରିକ୍ରମା ମାର୍ଗ ଉପରେ ଉଡ଼ୁଛି ଡ୍ରୋନ୍। ଏହି ଘଟଣାରେ ଭକ୍ତ ମହଲରେ ପୁଣି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀମନ୍ଦିର ପରିସର କିମ୍ବା ଏହା ନିକଟସ୍ଥ ନିଷିଦ୍ଧାଞ୍ଚଳ ଉପରେ ଡ୍ରୋନ୍ ଉଡାଇବା ଉପରେ ପୋଲିସ ପ୍ରଶାସନ କଟକଣା ଲଗାଇଥିଲା ବେଳେ ପୁଣିଥରେ କିପରି ଡ୍ରୋନ ଉଡିଲା ସେନେଇ ଏବେ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ଓ ଏହି ଅଞ୍ଚଳରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଇଛି। ମାତ୍ର ପରିକ୍ରମା ମାର୍ଗରେ ଡ୍ରୋନ୍ ଉଡ଼ୁଥିଲେ ମଧ୍ୟ ପୋଲିସ ପ୍ରଶାସନ ନଜର ରଖୁନଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାଳ ମାଳ ପୋଲିସ ସୁରକ୍ଷାରେ ଥିବା ବେଳେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଛି। ହେଲେ ଦୁର୍ଭାଗ୍ୟର ବିଷୟ ଏହାର ଟେର ପାଇ ପାରୁନାହିଁ ପୋଲିସ୍ । ଯଦି ଡ୍ରୋନ ମାଧ୍ୟମରେ କେହି ଯଦି କିଛି ବିସ୍ଫୋରକ ସାମଗ୍ରୀ ନେଇ ଶ୍ରୀମନ୍ଦିର ଉପରେ ଏବଂ ଭକ୍ତଙ୍କ ଉପରେ ଆକ୍ରମଣ କରି କିଛି ଅଘଟଣ ଘଟାଏ । ତେବେ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସେପଟେ ଶ୍ରୀମନ୍ଦିର ଭଳି ଏକ ଗୁରୁତ୍ବପୁର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ରାଜ୍ୟ ସରକାର ନନେବା ଦୁର୍ଭାଗ୍ୟର ବିଷୟ ବୋଲି ଭକ୍ତ କହିଛନ୍ତି। ସୂଚନା ଥାଉକି, ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ପରେ ଏଠାରେ ପୋଲିସ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ତେବେ ଆନ୍ତଃ ପରିକ୍ରମା ମାର୍ଗରେ ପୋଲିସ ଓ ସିକ୍ୟୁରିଟି ଗାର୍ଡମାନେ ମୁତୟନ ରହୁଥିବା ବେଳେ ବାହାର ପରିକ୍ରମା ମାର୍ଗ ଜଗିବାକୁ କାହାରି ଦୃଷ୍ଟି ପଡ଼ୁନି । ଏହାର ସୁଯୋଗ ନେଇ ପରିକ୍ରମା ମାର୍ଗ ଉପରେ ଡ୍ରୋନ୍ ଉଡ଼ୁଛି । ଏହି ଡ୍ରୋନ୍ ଯୋଗେ ଶ୍ରୀମନ୍ଦିର ଭିତର ଫଟୋ ନିଆଯାଉଛି ବୋଲି ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.