ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ

add-all

ବ୍ରହ୍ମପୁର : ରମ୍ଭା ଥାନା ଅନ୍ତର୍ଗତ ବେଣୀଗୌରୀ ଗ୍ରାମରେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ କନ୍ୟା ପରିବାରବର୍ଗ । ଅଧିକା ଯୌତୁକ ଦାବି କରିବା ସହିତ ଶାଶୁଘର ଲୋକେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି କନ୍ୟା ର ପରିବାର ଲୋକେ। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ନିମପୋଲି ଗ୍ରାମର କେ.ରଘୁନାଥ ଙ୍କ କନ୍ୟା କେ.ମନିତା ପାତ୍ର ବେଣୀଗୌରୀ ଗ୍ରାମର କେ.ସନ୍ନ୍ୟାସୀ ଙ୍କ ପୁଅ କେ.ସନ୍ତସ ପାତ୍ର କୁଗତ ବର୍ଷ ୧୫ ଫେବୃଆରୀ ମାସରେ ବୈଦିକ ରୀତିରେ ବିବାହ କରିଥିଲେ । ଦୁଇ ପରିବାରର ସହମତିରେ କନ୍ୟା ଘର ଲୋକେ ବର ଘରକ ଦାବି ମୁତାବକ ସମସ୍ତ ଯାନିଯୌତୁକ ଦେଇଥିଲେ।ବର କୁ ନଗଦ ୧ଲକ୍ଷ ୩୦ହଜାର ସହିତ ମୋଟରସାଇକଲ ଏବଂ କନ୍ୟା କୁ ଆଠ ଭରି ସୁନା ଗହଣା ଏବଂ ବର କୁ ସୁନା ମୁଦି ଓ ଚେନ ବିବାହ ବେଳେ ଦିଆଯାଇଥିବା କହିଛନ୍ତି କନ୍ୟା ପରିବାର।ତେବେ ବିବାହର ଦୁଇ ମାସ ପରେ ଅଧିକା ଯୌତୁକ ଦାବି କରି କନ୍ୟା ନମିତା କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ଶାଶୁଘର ଲୋକେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନମିତା ଗର୍ଭବତୀ ଥିବା ବେଳେ ତାଙ୍କୁ ଠିକରେ ଡାକ୍ତର ପରାମର୍ଶ ନିଆ ଯାଇ ନ ଥିବା ଅଭିଯୋଗ ହୋଇଛି।ତେବେ ଗତକାଲି ନମିତା ନିଜ ମାଁ ଘରେ ଥିବା ବେଳେ ତାଙ୍କ ତାଙ୍କ ଶଶୁର ଆସି ବୁଝାସୁଝା କରି ଗାଁ କୁ ନେଇ ଯାଇଥିଲେ। ଗତକାଲି ଅପରାହ୍ନ ରେ ନମିତା ମୃତ୍ୟୁ ବରଣ କରିଥିବା ନେଇ ଶାଶୁ ଘର ଲୋକେ ଫନ ଯୋଗେ ଜଣାଇଥିଲେ ବୋଲି ନମିତା ଙ୍କ ମାଆ କହିଛନ୍ତି।ନମିତାଙ୍କ ଶାଶୁ ଘର ଲୋକେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ। ଏନେଇ ନମିତା ଙ୍କ ଭାଇ ନମିତା ଙ୍କ ଶଶୁର କେ. ସନ୍ୟାସୀ.ସ୍ୱାମୀ କେ. ସନ୍ତୋଷ, ଶାଶୁ କେ. ସାୟା ମା ଏବଂ ନଣନ୍ଦ କେ. ଦମୟନ୍ତୀ ଙ୍କ ବିରୁଦ୍ଧରେ ହତ୍ୟା କରିଥିବା, ରମ୍ଭା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହିତ ବ୍ରହ୍ମପୁର ଏମକେସିଜି କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଛି।ଏବଂ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.