ଅସମ୍ଭାଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା; ୪୭ ଡିଗ୍ରୀ ଛୁଇଁଲା ତାତି

add-all

ଭୁବନେଶ୍ବର : ଅସମ୍ଭାଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ସାରା ଓଡ଼ିଶା। ୪୭ ଡିଗ୍ରୀ ଛୁଇଁଲା ତାତି। ଆଜି ଝାରସୁଗୁଡ଼ା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁଛି। ଆଜି ୪୫ ଡିଗ୍ରୀ ଉପରେ ରାଜ୍ୟର ୯ ସହର ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ X ରେ ଏନେଇ ସୂଚନା ଦେଇଛନ୍ତି।

ଦାସ X ରେ ଜଣାଇଛନ୍ତି, ଟିଟିଲାଗଡ଼ରେ ୪୬.୫ ଡିଗ୍ରୀ, ବରଗଡ଼ରେ ୪୬.୩ ଡିଗ୍ରୀ, ସମ୍ୱଲପୁରରେ ୪୬.୨ ଡିଗ୍ରୀ, ସୋନପୁରରେ ୪୫.୬ ଡିଗ୍ରୀ, ମାଲକାନଗିରିରେ ୪୫.୬ ଡିଗ୍ରୀ, ବଲାଙ୍ଗିରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫.୨ ଡିଗ୍ରୀ, ରାଉରକେଲାରେ ୪୪.୯ ଡିଗ୍ରୀ, ନୂଆପଡ଼ାରେ ୪୪.୫ ଡିଗ୍ରୀ, ବୌଦ୍ଧରେ ୪୪.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩.୬ ଡିଗ୍ରୀ, ଫୁଲବାଣୀରେ ୪୩.୪ ଡିଗ୍ରୀ, ଅନୁଗୋଳରେ ୪୨.୩ ଡିଗ୍ରୀ, ତାଳଚେରରେ ୪୨.୨ ଡିଗ୍ରୀ, କେନ୍ଦୁଝରରେ ୪୧.୪ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୪ ଡିଗ୍ରୀ, ରାୟଗଡ଼ାରେ ୪୦.୨ ଡିଗ୍ରୀ ଓ ନବରଙ୍ଗପୁରରେ ତାପମାତ୍ରା ୩୯.୫ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ଢେଙ୍କାନାଳରେ ୩୯.୪ ଡିଗ୍ରୀ, ନୟାଗଡ଼ରେ ୩୯.୨ ଡିଗ୍ରୀ, ଦେବଗଡ଼ରେ ୩୯.୨ ଡିଗ୍ରୀ, ଯାଜପୁରରେ ୩୯.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୯ ଡିଗ୍ରୀ, ଖୋର୍ଦ୍ଧା ୩୮.୫ ଡିଗ୍ରୀ, ବାରିପଦାରେ ୩୮ ଡିଗ୍ରୀ, ଛତ୍ରପୁରରେ ୩୮ ଡିଗ୍ରୀ, କୋରାପୁଟରେ ୩୭.୨ ଡିଗ୍ରୀ, ଭୁବନେଶ୍ୱରରେ ୩୭.୧ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୬.୮ ଡିଗ୍ରୀ, ବାଲେଶ୍ୱରରେ ୩୬.୬ ଡିଗ୍ରୀ, ଭଦ୍ରକରେ ୩୬.୫ ଡିଗ୍ରୀ, ଚାନ୍ଦବାଲିରେ ୩୬.୨ ଡିଗ୍ରୀ, କଟକରେ ୩୬ ଡିଗ୍ରୀ, ଜଗତସିଂହପୁରରେ ୩ ଡିଗ୍ରୀ, ପୁରୀରେ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୪.୩ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.