ପ୍ରିଜାଇଣ୍ଡିଂ ଅଫିସର ନିଲମ୍ବିତ

add-all

ଜଗତସିଂହପୁର : ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୫ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଲକ୍ଷ୍ମୀନାରାୟଣ ଦାଶ। ସେ ଜଣେ ଅଧ୍ୟାପକ।
ନିର୍ବାଚନ କାର୍ଯ୍ୟରେ ଅବହେଳା କରିବା ଯୋଗୁ ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାଶଙ୍କୁ କଟକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ନିଲମ୍ବନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୭୫ ନମ୍ବର ବୁଥ୍‌ରେ ପ୍ରିଜାଇଣ୍ଡିଂ ଅଫିସର ଭାବେ ନିୟୋଜିତ ହୋଇଥିବା ଅଧ୍ୟାପକ ଲକ୍ଷ୍ମୀନାରାୟଣ ଦାଶ ପକ୍ଷପାତିତା କରୁଥିଲେ। ସେ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ଭୋଟରଙ୍କୁ କହୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଯୋଗ୍ୟ, ଆଜି ଭୋଟ୍ ବେଳେ କିଛି ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ତେବେ ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.