ଭୋଟ ବେଳେ ଅଘଟଣ; ଟଳି ପଡ଼ିଲେ BLO

add-all

ଯାଜପୁର : ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ତାଙ୍କୁ ନିୟୋଜିତ କରାଯାଇଥିଲା। ତାଙ୍କ ନାଁ ମନୋରଞ୍ଜନ ସାହୁ। ସେ ଜଣେ ସହକାରୀ ଶିକ୍ଷକ ଥିଲେ।
ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ମନୋରଞ୍ଜନ ନିର୍ବାଚନ ଡ୍ୟୁଟିରେ ଥିଲେ। ହଠାତ୍ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ବିଞ୍ଝାରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଖରା ସହ ଗୁଳିଗୁଳି ହେଉଛି। ଅତ୍ୟଧିକ ଗରମ ହେତୁ ଏପରି ଅଘଟଣ ଘଟିଥିବା ଆଲୋଚନା ହେଉଛି। ତେବେ BLOଙ୍କର କିପରି ମୃତ୍ୟୁ ତାର ପ୍ରକୃତ କାରଣ ଜଣାପଡ଼ିନାହିଁ।
ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁରର ୧୫୯ ନଂ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।

ad-week
Leave A Reply

Your email address will not be published.