କାକଟପୁରର ପାନବରଜ ପୋଲିଂ ବୁଥ୍: ସୋସିଆଲ ମିଡ଼ିଆରେ ଭାଇରାଲ

add-all

କାକଟପୁର: ଓଡ଼ିଶାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଛି। ପୁରୀ ସଂସଦୀୟ କ୍ଷେତ୍ରର କାକଟପୁରର ଏକ ଇକୋ ଫ୍ରେଣ୍ଡଲି ପୋଲିଂ ବୁଥ୍ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ପୋଲିଂ ବୁଥ୍‌ରେ ପାନ ବରଜ ପାଲଟିଛି।
ପୋଲିଂ ବୁଥ୍ ଉପରେ ପାନ ବରଜ ଭଳି ତାଟି, ବେଣା ଛପର ସାଙ୍ଗକୁ ଚାରିପଟେ ପାନ ଗଛ ରୋପଣ କରାଯାଇଛି। ପାନ ଗଛ ଗୁଡିକୁ ସତେଜ ରଖିବାକୁ କ୍ରମାଗତ ଭାବେ ପାଣି ସିଞ୍ଚନ ମଧ୍ୟ କରାଯାଉଛି ।
ଓଡିଶାର ଐତିହ୍ୟ ପରମ୍ପରାକୁ ପ୍ରତିପାଦନ କରାଯାଇଥିବା ଏହି ପୋଲିଂ ବୁଥ୍‌କୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି ଏବଂ କମିଶନ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହାର ଫଟୋ ସେୟାର କରିଛନ୍ତି।

ad-week
Leave A Reply

Your email address will not be published.