ଜିଲ୍ଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ୨୦୨୪

add-all

ମାଲକାନଗିରି : ମାଲକାନଗିରି ବ୍ଲଡ଼ ବ୍ୟାଙ୍କ ସ୍ଥିତ ସଭା ଗୃହ ଠାରେ ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇ ଯାଇଅଛି l ଏହି ପରିପ୍ରେକ୍ଷିରେ ଏକ ସର୍ବବିଭାଗୀୟ ସଭା ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ, ସିଡିଏମଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଡାକ୍ତର ଧନେଶ୍ୱର ମହାପାତ୍ର (ଏଡିଏମଓ,ଭିବିଡି), ପ୍ରଭାସ କୁମାର ସେଠୀ (ଫୁଡ ସେଫଟି ଅଫିସର), ଡକ୍ଟର ରଞ୍ଜନ କୁମାର ସ୍ବାଇଁ (ଜିଲ୍ଲା ରେଡ଼କ୍ରସ ସମ୍ପାଦକ), ବିଶ୍ଵନାଥ ସାହୁ (ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ), ରାଜେନ୍ଦ୍ର କୁମାର ଖରା (ନିର୍ବାହୀ ଅଧିକାରୀ ମ୍ୟୁନିସପାଲିଟି, ମାଲକାନଗିରି ), ଏ. ଶ୍ରୀନିବାସ ଆଚାରୀ (ଡି.ଡବ୍ଲୁ.ଓ), ନିର୍ମଳ ଧାରୁଆ (ଡି.ଏସ.ଏସ.ଓ), ଓନାମ ଲାକ୍ରା (ଡି.ଏସ.ପି), ନାରାୟଣ ଦାସ (ଡି.ସି.ପି.ଓ) ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ, ଅଧ୍ୟକ୍ଷ ତଥା ଏନ.ଜି.ଓ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

ଆଗାମୀ ଦିନରେ ତମାଖୁ ଠାରୁ କିଶୋର କିଶୋରୀ ମାନଙ୍କୁ ଦୁରେଇ ରଖିପାରିବା ସେ ବିଷୟରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା l କୋଟପା ନିୟମାନୁଯାୟୀ ବିଭିନ୍ନ ସ୍କୁଲ ଏବଂ କଲେଜ ରାସ୍ତାକୁ କେମିତି ତମାଖୁ ନିଶିଦ୍ଧାଞ୍ଚଳ ଭାବେ ଘୋଷଣା କରାଯିବ ସେ ବିଷୟରେ ବିଷଦ ଆଲୋଚନା କରାଯାଇଥିଲା l ମହାମାରୀ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ରାଜ ପାୱାର ପଏଣ୍ଟ ମାଧ୍ୟମରେ ୨୦୨୪ରେ ହେବାକୁ ଥିବା କାର୍ଯ୍ୟାବଳୀର ଖସଡ଼ା ସମସ୍ତଙ୍କୁ ପ୍ରଦର୍ଶାଇଥିଲେ l ଏଏମଏନସିଡ଼ି, ଶିବ ସୁନ୍ଦର ପାଣିଗ୍ରାହୀ, ଏଫଏଲସି, ତୁଷାର ପାଳ ସଭାକାର୍ଯ୍ୟ ସମ୍ପାଦନ କରିଥିଲେ l

ad-week
Leave A Reply

Your email address will not be published.