ତ୍ରିଧାରା ସାହିତ୍ୟ ଅନୁଷ୍ଠାନର ମାସିକ ସାହିତ୍ୟ ଆସର

add-all

ବ୍ରହ୍ମପୁର : ବ୍ରହ୍ମପୁର ସହରର ତ୍ରିଧାରା ସାହିତ୍ୟ ଅନୁଷ୍ଠାନର ମାସିକ ସାହିତ୍ୟ ଆସର ସ୍ଥାନୀୟ ଉତ୍କଳ ଆଶ୍ରମ ର ପାଠାଗାର କକ୍ଷରେ ଆୟୋଜିତ ହୋଇଥିଲା l ଡ. ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ଋଷିକୂଲ୍ୟା ଗବେଷକ ବେଙ୍କଟ ବିହାରି ପ୍ରହରାଜ ଉଦ୍ଘାଟକ ରୂପେ ଯୋଗଦେଇ ଥିଲେ l ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ଓ ପ୍ରାକ୍ତନ ଅଧ୍ୟାପକ ଡ଼ଃ ଚିତ୍ତରଞ୍ଜନ ପଟ୍ଟନାୟକ,ଆଲୋଚକ ରୂପେ ଯୋଗଦେଇ ସାଂପ୍ରତିକ ଓଡ଼ିଆ ସାହିତ୍ୟର ଗଳ୍ପର ସ୍ଥିତି ଓ ଭବିଷ୍ୟତ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ lସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ କାର୍ଯ୍ୟକ୍ରମରେ ସମ୍ପାଦିତ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l
ଦ୍ଵିତୀୟ ଅଧିବେଶନରେ ସମାଲୋଚକ ଡ. ଅଶୋକ କୁମାର ପଣ୍ଡା ପୌରୋହିତ୍ୟ କରିଥିଲେ l ଗାୟତ୍ରୀ ପାଣିଗ୍ରାହୀ ଙ୍କ ସଂଯୋଜନାରେ ସଂଚାଳିତ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। 30 ରୁ ଊର୍ଦ୍ଧ୍ଵ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି ଓ ଗଳ୍ପ ପଠନ କରିଥିଲେ l ଉକ୍ତ କବିତା ପାଠୋତ୍ସବରେ ମନୋଜ କୁମାର ପାଣିଗ୍ରାହୀ ଗଳ୍ପ,ଚିତ୍ତ ରଂଜନ ପଟ୍ଟନାୟକ, ତ୍ରିଲୋଚନ ଦାଶ, ଏନ୍ ଶିବଶଙ୍କର ରେଡି, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଲାଲ ବାହାଦୁର ପଟ୍ଟନାୟକ, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ବିଷ୍ଣୁ ପ୍ରିୟା ମଣ୍ଡଳ, ଗାୟତ୍ରୀ ରଥ ଗାୟତ୍ରୀ ପାଣିଗ୍ରାହୀ ଆଦି କବିତା ପାଠ କରିଥିଲେ

ad-week
Leave A Reply

Your email address will not be published.