ଏକଜିଟ୍ ପୋଲକୁ ଜାଲ୍ ବୋଲି କହିଲେ ମମତା

add-all

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ରବିବାର ଏକଜିଟ୍ ପୋଲ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ସମ୍ପୂର୍ଣ୍ଣ ଜାଲ୍ ବୋଲି କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିଷୟରେ ଯାହା ଦେଖାଯାଉଛି, ସେଥିରେ ମୁଁ ବିଶ୍ୱାସ କରେ ନାହିଁ। ଏକଜିଟ୍ ପୋଲ୍ ସମ୍ପୂର୍ଣ୍ଣ ଅସ୍ପଷ୍ଟ ଓ ନକଲି।
ବାସ୍ତବରେ ଲୋକସଭା ନିର୍ବାଚନକୁ ନେଇ ଅଧିକାଂଶ ଏକଜିଟ୍ ପୋଲରେ ବିଜେପି ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଠାରୁ ବିପୁଳ ଆଗୁଆ ଥିବା ଦାବି କରାଯାଇଛି। ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ମମତା ବାନାର୍ଜୀ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଟିଏମସି କର୍ମୀମାନଙ୍କୁ ଦୃଢ଼ ତାର ସହ ଠିଆ ହେବାକୁ ଆହ୍ୱାନ ଦେଇଛନ୍ତି। ମମତା ଦାବି କରିଛନ୍ତି ଯେ ଟିଭିରେ ଦେଖାଯାଉଥିବା ଆସନ ସଂଖ୍ୟାଠାରୁ ତାଙ୍କ ଦଳ ଦୁଇଗୁଣ ଜିତିବ।
ତୃଣମୂଳକୁ କେତେ ଆସନ ମିଳିବ ବୋଲି ପ୍ରଶ୍ନରେ ମମତା କହିଛନ୍ତି, ମୁଁ ବର୍ତ୍ତମାନ କୌଣସି ସଂଖ୍ୟାରେ ଯିବି ନାହିଁ। ମୁଁ ମୋ ଦଳର କର୍ମୀମାନଙ୍କୁ ହିସାବ କରିବାକୁ କହିବି । ଆମେ ଯେପରି ସବୁ କ୍ଷେତ୍ରରେ କାମ କରିଛୁ ଏବଂ ନିର୍ବାଚନ ସମୟରେ ସବୁଠି ପ୍ରବଳ ଜନସମାଗମ ଏବଂ ପ୍ରତିକ୍ରିୟା ଦେଖିବାକୁ ମିଳିଛି, ମୁଁ ଭାବୁଛି ଲୋକମାନେ ଆମକୁ ଭୋଟ୍ ଦେଇଛନ୍ତି।

ad-week
Leave A Reply

Your email address will not be published.