ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣାରେ ସ୍ୱାମୀ ଗିରଫ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଶିକ୍ଷୟିତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ଶୁକ୍ରବାର କରାଯାଇଥିବା ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ୍‌।
ଆଜି ପୁଲିସ ପଦ୍ମିନୀଙ୍କ ସ୍ୱାମୀ ତପନ ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶିକ୍ଷୟିତ୍ରୀ ପଦ୍ମିନୀଙ୍କୁ ସ୍ୱାମୀ ସମେତ ଶାଶୁ ଘର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ଇଟାମାଟି ଥାନାରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ଗୋଟିଏ ହାଇୱା କିଣିବାକୁ ଚାହୁଁଥିଲେ ତପନ। ଏଥିପାଇଁ ସେ ପଦ୍ମିନୀଙ୍କୁ ଏକାଥର ୮୦ ଲକ୍ଷ ଟଙ୍କା ମାଗିଥିଲେ। ହେଲେ ପଦ୍ମିନୀ ଏତେ ଟଙ୍କା କୁଆଡ଼େ ଆଣିବେ ବୋଲି ପ୍ରଶ୍ନ କରିଥିଲେ। ସେ ଟଙ୍କା ଯୋଗାଡ଼ ନ କରିବାରୁ ସ୍ୱାମୀଙ୍କ ସହ ତିକ୍ତତା ଲାଗି ରହିଥିଲା। ସ୍ୱାମୀ ଓ ଶାଶୁ ଘର ଲୋକ ତାଙ୍କୁ ନିୟମିତ ନିର୍ଯାତନା ମଧ୍ୟ ଦେଉଥିଲେ।
ଏସବୁ ଭିତରେ ଶୁକ୍ରବାର ଦିନ ତପନ ପତ୍ନୀ ପଦ୍ମିନୀଙ୍କୁ ମାଡ଼ ମାରିଥିଲେ। ତପନଙ୍କ ପରିବାର ଲୋକ ମଧ୍ୟ ଏଥିରେ ତାଙ୍କୁ ସହାୟତା କରିଥିଲେ। ସେ ପଦ୍ମିନୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ପାଇବା ପରେ ଇଟାମାଟି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଆଜି ପୁଲିସ୍‌ ତପନ ସ୍ୱାଇଁ ଗିରଫ କରି କୋର୍ଟ ଚାଲାଣ କରିଛି l ଏହି ଘଟଣାରେ ତପନଙ୍କ ପରିବାର ଲୋକ ଫେରାର ଅଛନ୍ତି l ତଦନ୍ତ ଚାଲିଛି ଓ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନୟାଗଡ଼ ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି।

ad-week
Leave A Reply

Your email address will not be published.