ସୀମାନ୍ତରେ ମାଓବାଦୀ ଙ୍କ ପ୍ରେସର ବମ ବିସ୍ପୋରଣ ରେ ଜଣେ ଯୁବକ ଗୁରୁତର…

add-all

ମାଲକାନଗିରି,୨।୬ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଏକ ବୋମା ବିସ୍ପୋରଣରେ ଜଣେ ନିରୀହ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ବିଜାପୁର ଏସପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁଯାଇ ଜିଲ୍ଲାର ତେରେମ ଥାନା ଅଞ୍ଚଳରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ରାସ୍ତାରେ ପ୍ରେସର ବମ ପୋତି ଥିଲେ । ସେହି ରାସ୍ତାରେ ନିକଟସ୍ଥ ଗ୍ରାମର ମାଡିବି ନନ୍ଦା ନମକ ଯୁବକ ଯାଉଥିବା ବେଳେ ହଟାତ ପ୍ରେସର ବମଟି ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣରେ ଯୁବକଙ୍କ ଗୋଡ଼ରେ ଆଘାତ ଲାଗି ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ନିକଟରେ ଯବାନ ମାନେ ପହଁଚି ଉଦ୍ଧାର କରି ପ୍ରଥମେ ସିଆରପିଏଫ କ୍ୟାମ୍ପକୁ ନେଇ ପ୍ରାଥମିକ ଚିକିତ୍ସା କରି ପରେ ବିଜାପୁର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି।

ad-week
Leave A Reply

Your email address will not be published.