ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

add-all

ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଯାଇଛି ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ । ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଏହି ଭର୍ଚୁଆଲ ବୈଅଂକରେ ବିଜିନ୍ନ ଗୁରୁତ୍ବପୂଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ଚାଲିଥିବା ବେଳେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ ସୁପାରିସ କରାଯାଇଛି। ପ୍ରଥମେ ଏହି ବୈଠକରେ ରାଜ୍ୟ କ୍ୟାବିନେଟ ଭଙ୍ଗ ସୁପାରିସ ଉପରେ ମୋହର ବାଜିଛି । ଏହାପରେ କ୍ୟାବିନେଟ ନିଷ୍ପତ୍ତିକୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ । ଏଥିସହିତ ବିଧାନସଭା ଭଙ୍ଗ ନେଇ ରାଜ୍ୟପାଳଙ୍କୁ ସୁପାରିଶ କରିବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଆସନ୍ତାକାଲି ଚଳିତ ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ଆଜି ଚଳିତ ବର୍ଷର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ବିଧାନସଭା ଭଙ୍ଗ ନେଇ ନିଷ୍ପତ୍ତି ନିଆଯାଇଛି ।

ad-week
Leave A Reply

Your email address will not be published.