ମହା ପଟୁଆରରେ ଆରମ୍ଭ ହେଲା ମାର୍କେଟ ଯାତ୍ରା ପରିଚାଳନା

add-all

ଫୁଲବାଣୀ : ରବିବାର ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ଚତୁଃ ବିଂଶତମ ଦିବସ ଯାତ୍ରା l ପରିଚାଳନା କରିଥିଲେ ନାରାୟଣୀ ପରିବା ବଜାର, ହାଟପଦା ଓ ବାପୁଜୀ ବସଷ୍ଟାଣ୍ଡ l ଗମ୍ଭିରାରୁ ବାହାରି ଶ୍ରୀରାମ ନଗର ରାସ୍ତା ଦେଇ ବିଜୁ ପଟ୍ଟନାୟକ ଛକରୁ ହାଟପଦା ମା ନାରାୟଣୀ ପରିବା ବଜାରକୁ ପୂଜା ପାଇଁ ଯାଇଥିଲେ l ସେଠାରୁ ଭୋଗ ଆଳତି ସାରିବା ପରେ ପୁନଶ୍ଚ ବିଜୁ ପଟ୍ଟନାୟକ ଛକକୁ ପହଂଚି ଗୋପବନ୍ଧୁ ଛକ ରାସ୍ତା ଦେଇ ବାପୁଜୀ ବସଷ୍ଟାଣ୍ଡକୁ ପୂଜା ପାଇଁ ଏବଂ ସର୍କୁଲାର ରାସ୍ତା ଦେଇ ବରାଳଦେବୀ ମନ୍ଦିରକୁ ଭୋଗ ଆଳତି ପାଇଁ ଯିବାର କାର୍ଯ୍ୟକ୍ରମ ଥିଲା । ସେଠାରେ ପୂଜା ସରିବା ପରେ ଶିବ ମନ୍ଦିର ରାସ୍ତା ଦେଇ ମୂଖ୍ୟ ରାସ୍ତାରେ ବାହାରି ଲକ୍ଷ୍ମୀ ମାର୍କେଟ ରାସ୍ତା ଦେଇ ଗମ୍ଭୀରାକୁ ବିଜେ କରିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ପ୍ରବଳ ବର୍ଷା ପବନ ହେବା ଯୋଗୁଁ ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀ ସମସ୍ତ
ପରିଚାଳନା ଜାଗାକୁ ଯିବା ସମ୍ଭବ ହୋଇ ପାରି ନଥିଲା l ଫଳ ସ୍ବରୂପ ବାପୁଜୀ ବସଷ୍ଟାଣ୍ଡର ସମସ୍ତ କର୍ମକର୍ତ୍ତା ଭୋଗ ଧରି ମାଙ୍କ ଅସ୍ଥାୟୀ ମଣ୍ଡପ ଠାରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ l ମାଙ୍କ ଯାତ୍ରା ସମୟରେ ପ୍ରବଳ ବର୍ଷା ହେବାରୁ ସଭାପତି ପି ସୁଧାଂଶୁ ସେନାପତି, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, ସହ ସମ୍ପାଦକ ଅରୁଣ କୁମାର ପଣ୍ଡା, ସଦସ୍ୟ ଅସିତ୍ ମହାନ୍ତି, ବିଷ୍ନୁ ସ୍ୱାଇଁ, ହରିଶ୍ଚନ୍ଦ୍ର ମହାରଣା, ଆଦିତ୍ୟ ତ୍ରିପାଠୀ ଓ କାଳୀ ସେବକ ସଞ୍ଜୟ ସାହୁ, କିର୍ତ୍ତୀ ରଞ୍ଜନ ସାହୁ, ସଞ୍ଜୀବ ସାହୁ ଓ ପୂଜକ ସନ୍ତୋଷ ଦାସ, ସଞ୍ଜୟ ଦାଶ, ଶ୍ରୀକାନ୍ତ ପଣ୍ଡା, ସୂର୍ଯ୍ୟ ପଣ୍ଡା, ପ୍ରକାଶ ପାଢୀ ଜଗନ୍ନାଥ ମିଶ୍ର, ସନ୍ତୋଷ ପାଢୀ,ପିତାମ୍ବର ପଣ୍ଡା ଓ ନୀଳକଣ୍ଠ ମିଶ୍ର ପ୍ରମୁଖ ବର୍ଷାରେ ତିନ୍ତିତିନ୍ତି ପଞ୍ଚ ଠାକୁରାଣୀଙ୍କ ସମେତ ମା କାଳୀଙ୍କୁ ଗମ୍ଭିରାକୁ ଆଣିବାରେ ସହଯୋଗ କରିଥିଲେ l ଆଜି ସୋମବାର ଜଗନ୍ନାଥ ମାର୍କେଟ ବିରାଟ ପଟୁଆରରେ ପରିଚାଳନା କରିବାର ଯୋଜନା ରହିଚି ବୋଲି ଜଗନ୍ନାଥ ମାର୍କେଟ ସଭାପତି ଓ ଯାତ୍ରା ପ୍ରଚାରକ ଜିତେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.