ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବଡଚଣାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ

add-all

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଂଜାମର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି। ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଛନ୍ତି। ବିଜୟୀ ହେଲା ପରେ ସିଦ୍ଧାନ୍ତ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଦିଗପହଣ୍ଡି ମାଟି ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲି, ତାହା ପୂରା କରିବି।

ତେବେ ବିଜେଡିର ଗଡ ହିସାବରେ ଦିଗପହଣ୍ଡିକୁ ଗଣାହୁଏ। ୨୦୦୯ରୁ ଲଗାତାର ଭାବେ ବିଜେଡି ସେଠି ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିଛି । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ । ଆଉ ତାଙ୍କ ବିରୋଧରେ ବିଜେପି ସିଦ୍ଧାନ୍ତଙ୍କୁ ଛିଡା କରିଥିଲା । ଆଉ ବିଜେଡି ଛାଡି ବିଜେପି ଯାଇଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ବିଜୟୀ ଲାଭ କରିଛନ୍ତି ।

ବିଜେଡି ଗଡରେ ଫୁଟିଲା ଫୁଲ। ବର୍ଷା ହାରିଲେ ବଡଚଣା ବାଜି। ବଡଚଣାରେ କାମ ଦେଲାନି ବିଜେଡିର ସେଲିବ୍ରିଟି କାର୍ଡ। ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ। ତେବେ ପ୍ରାରମ୍ଭିକ ଟ୍ରେଣ୍ଡରେ ବର୍ଷାଙ୍କୁ ପଛରେ ପକାଇ ଅମରଙ୍କ ଗାଡି ଆଗେଇ ଯାଇଥିଲା। ଆଉ ଶେଷରେ ସେ ବିଜୟୀ ଲାଭ କରିଛନ୍ତି। ତେବେ ବଡଚଣା ଟିକେଟକୁ ନେଇ ବିଜେଡିରେ ଝଡ ଉଠିଥିଲା। ବରିଷ୍ଠ ନେତା ତଥା ବିଧାୟକ ଅମର ଶତପଥୀଙ୍କୁ ଟିକେଟ୍ ନଦେଇ ବର୍ଷାଙ୍କୁ ଦେବା ପରେ କନ୍ଦଳ ଲାଗି ରହିଥିଲା। ପରେ ଅମରଙ୍କୁ ବୁଝାଇ ଦେଇଥିଲେ ମଧ୍ୟ ବର୍ଷା ଏଥରର ବାଜି ଜିତି ପାରି ନାହାନ୍ତି।

ad-week
Leave A Reply

Your email address will not be published.