ମୋଦି ୩.୦ ସରକାରରେ ନାହାନ୍ତି ସ୍ମୃତି ଇରାନୀ, ଅନୁରାଗ ଠାକୁର ଓ ନାରାୟଣ ରାଣେ !

add-all

ନୂଆଦିଲ୍ଲୀ : କୃତୀୟ ଥର ଲାଗି ମୋଦି ଦଶର ପ୍ରଧାନମନ୍ତ୍ରୀ ହେଲେ | ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ସାଂସଦମାନଙ୍କୁ ମଧ୍ୟ ଫୋନ କଲ ଯାଉଛି। ସମ୍ଭାବ୍ୟ ୫୨ ଜଣ ମନ୍ତ୍ରୀଙ୍କ ସହ ମୋଦି ମଧ୍ୟ ବୈଠକ କରି ସାରିଛନ୍ତି। ହେଲେ ମୋଦି ୩.୦ କ୍ୟାବିନେଟରୁ ବାଦ ପଡ଼ିଛନ୍ତି ୩ ବିଜେପି ହେଭିୱେଟ ସ୍ମୃତି ଇରାନୀ, ଅନୁରାଗ ଠାକୁର ଓ ନାରାୟଣ ରାଣେ।
ସ୍ମୃତି ଇରାନୀ ୨୦୧୪ରୁ କେନ୍ଦ୍ରରେ ମନ୍ତ୍ରୀ ରହି ଆସିଥିଲେ। ୨୦୧୪ରେ ସେ ଆମେଠିରୁ ରାହୁଲ ଗାନ୍ଧିଙ୍କ ଠାରୁ ହାରିଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦ ମିଳି ଥିଲା। ୨୦୧୯ରେ ସେ ରାହୁଲ ଗାନ୍ଧିଙ୍କୁ ହରାଇଥିଲେ।
ତାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପଦ ମିଳିଥିଲା। ଏଥର କିନ୍ତୁ ସ୍ମୃତି ଇରାନୀଙ୍କୁ ଆମେଠିରେ କଂଗ୍ରେସର କେଏଲ ଶର୍ମା ୧.୬୭ ଲକ୍ଷ ଭୋଟରେ ହରାଇଛନ୍ତି। ସେ ବିଜେପିର ତୁଣ୍ଡ ଭାବେ କାମ କରୁଥିଲେ ହେଁ ତାଙ୍କୁ ଏଥର ମନ୍ତ୍ରୀ ପଦ ମିଳିନି।
ଅନୁରାଗ ଠାକୁ ହିମାଚଳ ପ୍ରଦେଶର ହମିରପୁରରୁ ହ୍ୟାଟ୍ରିକ ମାରିଛନ୍ତି। ସେ ୨ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ ମଧ୍ୟ ତାଙ୍କୁ ମୋଦି ୩.୦ କ୍ୟାବିନେଟରେ ସୁଯୋଗ ମିଳିନାହିଁ।
କୁହାଯାଉଛି ଯେ ଅନୁରାଗ ଠାକୁର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇ ପାରନ୍ତି। କାରଣ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଜୁନ ୩୦ରେ ଶେଷ ହେବାକୁ ଯାଉଛି। ମୋଦି ୨.୦ରେ ଅନୁରାଗ ଠାକୁର କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ।
ନାରାୟଣ ରାଣେ ମୋଦି ୨.୦ ସରକାରରେ ଏମଏସଏମଇ ମନ୍ତ୍ରୀ ରହିଥିଲେ। ସେ ଏଥର ମହାରାଷ୍ଟ୍ରର ରତ୍ନଗିରି-ସିନ୍ଧୁଦୁର୍ଗ ଆସନରୁ ବିଜୟୀ ହୋଇଛନ୍ତି। ତଥାପି ତାଙ୍କୁ ମୋଦି ୩.୦ କ୍ୟାବିନେଟରେ ସୁଯୋଗ ମିଳିନାହିଁ।
ରାଜୀବ ଚନ୍ଦ୍ରଶେଖର ମଧ୍ୟ ଏଥର ମନ୍ତ୍ରୀ ହୋଇ ନ ପାରନ୍ତି। ସେ ଥିରୁଅନନ୍ତପୁରମରେ କଂଗ୍ରେସ ଭେଟରାନ ଶଶି ଥରୁରଙ୍କ ସହ ଲଢ଼େଇ କରୁଥିଲେ। ହେଲେ ତାଙ୍କୁ ହାରିବାକୁ ପଡ଼ିଛି।

ad-week
Leave A Reply

Your email address will not be published.