ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଲେ ଧର୍ମେନ୍ଦ୍ର ପ୍ରଧାନ, ନେଲେ ଶପଥ

add-all

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ ଆରମ୍ଭ ହୋଇଯାଇଛି। ସେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଏହି କ୍ରମରେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଶପଥ ଗ୍ରହଣ କରିଛନ୍ତି।
ମୋଦୀଙ୍କ ତୃତୀୟ ପାଳିରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ରାଜନାଥ ସିଂହ, ଅମିତ ଶାହ, ନିତିନ ଗଡ଼କରୀ, ଜଗତ ପ୍ରକାଶ ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଡ. ସୁବ୍ରମଣ୍ୟମ୍‌ ଜୟଶଙ୍କର, ମନୋହର ଲାଲ ଖଟ୍ଟର, ଏଚ୍‌ଡି କୁମାର ସ୍ବାମୀ, ପୀୟୂଷ ଗୋୟଲ, ଜୀତନ ରାମ ମାଂଝୀ, ରାଜୀବ ରଂଜନ ସିଂହ (ଲଲନ ସିଂହ), ସର୍ବାନନ୍ଦ ସୋନୱାଲ, ଧୀରେନ୍ଦ୍ର କୁମାର, କେ ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି।

ad-week
Leave A Reply

Your email address will not be published.