ଝାଡ଼ାବାନ୍ତିରେ ଜଣେ ମୃତ, ୪ ଗୁରୁତର

add-all

ରାୟଗଡ଼ା : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗାଁରୁ। ମୃତକ ଜଣଙ୍କ ହେଉଛନ୍ତି ଗୋପାଳ କାଣ୍ଡାମାକା (୨୮)।
ଗୋପାଳଙ୍କର ଗତକାଲି ରାତିରେ ଝାଡ଼ାବାନ୍ତି ହୋଇଥିଲା। ପରିବାର ଲୋକେ ତାଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା।
ଗୁରୁତର ୪ ଜଣଙ୍କ ମଧ୍ୟରୁ ଜଣେ କାଦୁଲୁ କାଣ୍ଡାମାକା ମୁନିଗୁଡ଼ା ସରକାରୀ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୁରୁତରମାନେ ହେଉଛନ୍ତି- କୁମାରୀ ମାଣ୍ଡିକା, ମିଲନ ମାଣ୍ଡିକା, କବିତା ଶବର।

ad-week
Leave A Reply

Your email address will not be published.