କନ୍ଧମାଳ ଜିଲ୍ଲାରେ ରାତି ପାଇଲେ ଗଢ଼ି ଉଠୁଛି ବେଆଇନ ବେସରକାରୀ ଶିକ୍ଷାନୁଷ୍ଠାନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରେ ରାତି ପାଇଲେ ଗଢ଼ି ଉଁଠୁଛି ବେ ଆଇନ ବେସରକାରୀ ଶିକ୍ଷାନୁଷ୍ଠାନ ।ଏହାରି ଦ୍ୱାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡୁଛି।ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ ଛତୁ  ଫୁଟିବାରେ ଲାଗିଛି ବେସରକାରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ । ଯାହାକି ସରକାରୀ ଆଦେଶ ଓ ନିୟମର ଖୋଲମ ଖୋଲା ଗାଇଡ଼ ଲାଇନ ଗୁଡ଼ିକୁ ଅବମାନନା କରି କଲେଜ କର୍ତ୍ତୃପକ୍ଷ ବିଭିନ ଆଳ ଦେଖାଇ ଖୋଲା  ଯାଉଛି। ନାଁ କୁ ମାତ୍ର ଗୋଟିଏ ଗୋଟିଏ ରେଜୁଲେସନ କରିଦେଇ ସଭାପତି, ସମ୍ପାଦକ,ମେମ୍ବର ସୃଷ୍ଟି କରିଦେଲେ ନିର୍ମାଣ ହେଇଯାଉଛି ଶିକ୍ଷାନୁଷ୍ଠାନ। କିନ୍ତୁ ଶିକ୍ଷାନୁଷ୍ଠାନ ପାଇଁ ଯାହା ଆବଶ୍ୟକ ତାହା ର ଅଭାବ ରହିଥାଉଛି। ଯେଉଁଠି କେବଳ ଆଦିବାସୀ ହରିଜନ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ସରକାର ଙ୍କ କୋଟି କୋଟି ଟଙ୍କା ଷ୍ଟାଇପେଣ୍ଡ  ଟଙ୍କା ଙ୍କୁ ଦେଖି ଅଧିକାଂଶ ଶିକ୍ଷାଆନୁଷ୍ଠାନ ଖୋଲି ଲାଭ ଉଠାଉଛନ୍ତି।  ସେହିପରି ମଧ୍ୟ ବିଭିନ୍ନ ପ୍ରକାର ଆଳ ଆଉ ପ୍ରଲୋଭନ ଦେଖାଇ ସେମାନଙ୍କ ଷ୍ଟାଇପେଣ୍ଡ ଟଙ୍କାକୁ ଲୁଟ କରିବାର ଯୋଜନା ହିଁ କରାଯାଉଛି।  ତା ବ୍ୟତୀତ ଶିକ୍ଷାନୁଷ୍ଠାନ ନାଁରେ ସେମାନଙ୍କ ପାଖରେ କୌଣସି ସୁବିଧା ସୁଯୋଗ ହଁ ନଥିବାର ଦେଖିବାକୁ ମିଳୁଛି। ଏହା ବ୍ୟତିତ ଆଉ କିଛି ଶିକ୍ଷାନୁଷ୍ଠାନର ମୂଳରୁ ଆଫିଲେସନ ନଥିବା କାରଣରୁ ଛାତ୍ରଛାତ୍ରୀ ମାନେ ପରୀକ୍ଷାରୁ ଆରମ୍ଭ କରି ବିଭିନ୍ନ ସୁଯୋଗରୁ ବଞ୍ଚିତ ହୋଇ ପରବର୍ତ୍ତୀ ସମୟରେ ଭବିଷ୍ୟତ ଅନ୍ଧାରରେ ଶିକାର ହେଉଛନ୍ତି। ଏଥିପାଇଁ କେବଳ ଯେ କେବକ ଜିଲ୍ଲା ପ୍ରଶାସନ ପ୍ରତି ସମୟରେ ଦାୟୀ ରହୁଥିବା ବେଳେ ଅଧିକାରୀମାନେ ମୋଟା ଅଙ୍କର ଟଙ୍କା ନେଇ ନିରବ ରହିଯାଉଛନ୍ତି। ଅନ୍ୟପକ୍ଷେ ଜିଲ୍ଲା ପ୍ରଶାସନର ପରୋକ୍ଷ ଭାବେ ରହିଥିବା ଏହି ପ୍ରତ୍ସାହନ ହିଁ କନ୍ଧମାଳ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ନାରେ ବିଭିନ୍ନ ରାକେଟ ସୃଷ୍ଟି କାରବାର ମାଧ୍ୟମ ସାଜିଛି।ବିଜେପି ସରକାର ଏଥିପ୍ରତି କଣ ଦୃଢ଼ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା

ad-week
Leave A Reply

Your email address will not be published.