ସୀମାନ୍ତରୁ ୧ ଲକ୍ଷ ୫ ହଜାର ଇନାମ ଥିବା ଜଣେ ମାଓବାଦୀ ଗିରଫ…

add-all


ମାଲକାନଗିରି,: ଛତିଶଗଡର ସୁକୁମାରେ ପୋଲିସ ଦ୍ଵାରା ଜଣେ ମାଓବାଦୀ ଗିରଫ ହୋଇଛି । ଗିରଫ ମାଓବାଦୀର ନାମରେ ୧ ଲକ୍ଷ ୫ ହଜାର ଟଙ୍କାର ଇନାମ ରହିଥିବା ଜଣା ପଡିଛି । ତେବେ ତଥ୍ୟ ଅନୁଯାୟୀ ମାଲକାନଗିଇର ଜିଲ୍ଲା ସୀମାନ୍ତକୁ ଲାଗି ରହିଥିବା ସୁକୁମା ଜିଲ୍ଲାର ଚିନ୍ତାଗୁଫା ଥାନା ଅଞ୍ଚଳରେ ଥିବା ଜଙ୍ଗଲରେ ପୋଲିସ ପକ୍ଷରୁ ତଲାସି ଅଭିଯାନ କରାଯାଉଥିବା ବେଳେ ଜଙ୍ଗଲ ମଧ୍ୟରେ କିଛି ବ୍ୟକ୍ତି ପୋଲିସକୁ ଦେଖି ଲୁଚି ପଳାଇବା ପାଇଁ ଉଦ୍ୟମ କରୁଥିଲେ । ଏହା ଦେଖି ପୋଲିସ ସେମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିବା ବେଳେ ଜଣେ ବ୍ୟକ୍ତିକୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା । ଉକ୍ତ ବ୍ୟକ୍ତିକୁ କାବୁ କରି ପଚରାଉଚରା କରିବା ସମୟରେ ସେ ନିଜ ନାମ କଡତି ମୁତା ବୋଲି ପ୍ରକାଶ କରିବା ସହ ସେ ମାଓ ସଙ୍ଗଠନର ଜାଗରଗୁଣ୍ଡା ଏରିଆ କମିଟିର ଆରପିସି ଦଳର ସଭାପତି ଥିବା ସ୍ଵୀକାର କରିଥିଲା । କଡତି ନାମରେ ସରକାରଙ୍କ ଦ୍ୱାରା ୧ ଲକ୍ଷ ଟଙ୍କାର ଇନାମ ଓ ପୋଲିସ ଦ୍ୱାରା ୫ ହଜାର ଟଙ୍କାର ଇନାମ ଘୋଷଣା କରାଯାଇଥିବା ପୋଲିସ ଜାଣିବା ପରେ ତୁରନ୍ତ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି ।

ad-week
Leave A Reply

Your email address will not be published.