ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଜଳିଗଲା କାର୍‌

add-all

କରଞ୍ଜିଆ : ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଜଳିଗଲା କାର୍‌। ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ କାର ଭିତରେ ଥିବା ୩ ଜଣ ଯୁବକଙ୍କ ଜୀବନ ବଞ୍ଚି ଯାଇଛି। ତେବେ ସେମାନଙ୍କ ଭିତରୁ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ଥିବା ଜଣାପଡ଼ିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।
କରଞ୍ଜିଆ ଥାନା ବଡ଼ଗାଁ ଗାଁର ଚିତ୍ତରଞ୍ଜନ ନାୟକ, ଚରଣ କୁମାର ମହାନ୍ତ ଓରଫ ଭିକି ଓ କମଳା କୃଷ୍ଣ ମହାନ୍ତ ଆଜି ଏକ କାର୍‌ରେ ଭୁବନେଶ୍ୱର ଯାଉଥିଲେ। ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଚମକପୁର ଗାଁ ନିକଟରେ କାର୍‌ଟି ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ କାର୍‌ର କାଚ ଭାଙ୍ଗି ୩ ଜଣଙ୍କୁ ଉଦ୍ଧାର କରି ଠାକୁରମୁଣ୍ଡା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେମାନଙ୍କ ଭିତରୁ ଭିକିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।
ଠାକୁରମୁଣ୍ଡା ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ କାର୍‌ଟି ପୂରା ପୋଡ଼ି ଯାଇଥିଲା। ସ୍ଥାନୀୟ ଲୋକଙ୍କ ଯୋଗୁ କାର୍‌ ଭିତରେ ଥିବା ୩ ଜଣ ଯୁବକଙ୍କ ଜୀବନ ବଞ୍ଚି ଯାଇଛି।

ad-week
Leave A Reply

Your email address will not be published.