ରାସ୍ତାରେ ଯାଉଥିବା ବେଳେ ମା’, ଝିଅଙ୍କୁ ଆକ୍ରମଣ

add-all

ସମ୍ବଲପୁର,୧୪।୬: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଦାନୀପାଲି ଗାଁରେ ଏକ ଅଭାବନୀୟ ଘଟିଣା ଘଟିଛି। ରାସ୍ତାରେ ଯାଉଥିବା ବେଳେ ମା’ଏବଂ ଝିଅଙ୍କୁ ଜଣେ ଯୁବକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି

ପୋଲିସ ସୂଚନା ମୁତାବକ, ମା’ ଇନ୍ଦୁ ଦାଶ ଏବଂ ତାଙ୍କର ଝିଅ ପାୟଲ ଦୋକାନକୁ ଯାଉଥିଲେ। ସେମାନଙ୍କର ଏକ ଲେଡିଜ ଟେଲର ଦୋକାନ ରହିଛି। ସେତିକିବେଳେ ଅଭିଯୁକ୍ତ ସୁରଜ ହାତୀ ସେମାନଙ୍କୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ମା’ ଝିଅଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏନେଇ ଥାନାରେ ଏକ ଅଭିଯୋଗ ହୋଇଥିବା ଜଣାପଡିଛି। ଜମିବାଡ଼ିକୁ କେନ୍ଦ୍ର କରି ଉଭୟ ପରିବାରଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିବା ଜଣାପଡିଛି।

ad-week
Leave A Reply

Your email address will not be published.