ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଦୁଇଜଣଙ୍କ ଜୀବନ

add-all

କାକଟପୁର: ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଯାଏଦୁଇ ମୃତକଙ୍କର ପରିଚୟ ମିଳିନାହିଁ।
ସୂଚନା ଅନୁଯାୟୀ, ଛତିଆନା ଗାଁର ୧୮ ଜଣ ପାନଚାଷୀ ଏକ ପିକଅପ୍ ଭ୍ୟାନରେ ପାନବୋଝେଇ ଝୁଡ଼ି ସହ ନୟାହାଟ ପାନହାଟକୁ ବିକ୍ରି କରିବାକୁ ଯାଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ।

ad-week
Leave A Reply

Your email address will not be published.