ଏବିଭିପି ପକ୍ଷରୁ ରଜ ଉତ୍ସବ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଠାରେ ରଜ ଉତ୍ସବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଏ ବି ଭି ପି ର ନଗର ସଭାପତି ଶ୍ରୀ ସନ୍ତୋଷ କୁମାର ଦଳବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ,ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ସ୍ବାମୀ ବିବେକାନନ୍ଦଙ୍କ ଫୋଟରେ ଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ ଓ ତାଙ୍କ ବକ୍ତବ୍ୟରେ ଅବକ୍ଷୟ ମୁଖି ସମାଜର ସଂସ୍କୃତି ଓ ପରମ୍ପରା। ରକ୍ଷା କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ର ପ୍ରତି ସମର୍ପଣ ଭାବ ରହିବା ପାଇଁ ପରାମର୍ଶ ଦେଇ ଥିଲେ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଦୀପ୍ତ ନାୟକ ଯୋଗ ଦେଇଥିଲେ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଶିକ୍ଷକ ଅରବିନ୍ଦ ମହାପାତ୍ର , ବୁଲୁଭାଇ , ଏ ବି ଭି ପି ର ଗଞ୍ଜାମ, ଫୁଲବାଣୀ ର ସଂଯୋଜକ ରୁଦ୍ରପ୍ରସା ଦ ଓ ଜିଲ୍ଲା ସଂଯୋଜିକ ସଞ୍ଜନା ଯୋଗ ଦେଇଥିଲେ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଛାତ୍ରୀ ଶୁଭଶ୍ରୀ ବେହେରା, ସୁଲେଖା, ରେଶ୍ମା, ଆଲୋକ, ସୋମନାଥ, ଅଂଶୁମାନ, ରଜତ, ତ୍ରିଲୋଚନ,ଶୁଭମ୍, ସାଧାରଣ ଜ୍ଞାନ ,ସଙ୍ଗୀତ, ପୁଚି ରଙ୍ଗୋଲି, ମୂଜିକ୍ ଚେର୍ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା l

ad-week
Leave A Reply

Your email address will not be published.