ଶାଶୁ ଓ ଜ୍ୱାଇଁ ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିବା ବେଳେ ବଜ୍ରପାତ, ଶାଶୁ ମୃତ, ଜ୍ବାଇଁ ଗୁରୁତର

add-all

ଦିଗପହଣ୍ଡି : ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ ଶାଶୁ ଓ ଜ୍ୱାଇଁ। ହଠାତ୍‌ ହେଲା ବଜ୍ରପାତ। ସେହିଠାରେ ଟଳି ପଡ଼ିଲେ ଶାଶୂ ଓ ମେଡ଼ିକାଲ୍‌ ବେଡ୍‌ରେ ଜ୍ୱାଇଁ। ଆଜି ଅପରାହ୍ନାରେ ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକଅଞ୍ଚଳରେ ଘଟିଛି।
ଆଜି ଅପରାହ୍ନରେ ଦିଗପହଣ୍ଡି ବ୍ଲକ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ହାଲ୍‌କା ପବନ ଦେବା ସହିତ ବର୍ଷା ଓ ବଜ୍ରପାତ ହୋଇଥିଲା। ସେହି ସମୟରେ କଇଠଡା ପଞ୍ଚାୟତ ଝାଟିପିଟିଆ ଗାଁ ଜାନକି ନାଇକ ଓ ତାଙ୍କ ଜ୍ୱାଇଁ ଟୁକୁନା ନାଇକ ଘର ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ। ବଜ୍ରପାତ ହେବାରୁ ଉଭୟ ଚେତା ହରାଇ ପଡ଼ି ଯାଇଥିଲେ। ସାହି ଭାଇ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଜାନକୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଟୁକୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

ad-week
Leave A Reply

Your email address will not be published.