ଜଳପ୍ରପାତରେ ସେଲଫି ନେବା କାଳ ହେଲା: ପାଣିରେ ବୁଡ଼ି ୨ ଭାଇଙ୍କର ଅକାଳ ବିୟୋଗ

add-all

ମାଲକାନଗିରି: ମାଥିଲି ଥାନା ଅଂଚଳର ଗୁମ୍ମାଝରଣ ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ସେଲଫି ନେବା ଦୁଇ ଭାଇଙ୍କ ପାଇଁ କାଳ ହୋଇଛି। ପାଣିରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି।
ଘଟଣା ଅନୁଯାୟୀ ଆଜି ସକାଳେ ଜୟପୁର ସହର ବାସିନ୍ଦା ବାଳକୃଷ୍ଣ ସାହୁଙ୍କ ପରିବାର ଗୁମ୍ମାଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ସବୁ ଠିକଠାକ ଚାଲିଥିଲା। ତେବେ ଏହି ପରିବାରର ଦୁଇ ଭାଇ ପ୍ରଦୀପ ସାହୁ(୩୪) ଏବଂ ସାନଭାଇ ସଂଦୀପ ସାହୁ(୩୦) ଜଳପ୍ରପାତ ନିକଟରେ ସେଲଫି ଉଠାଉଥିଲେ। ସେମାନଙ୍କ ମଧ୍ୟରୁ ସାନ ଭାଇଙ୍କର ଗୋଡ ଖସିବାରୁ ପାଣିରେ ଖସି ପଡିଯାଇଥିଲେ। ଭାଇକୁ ବଞ୍ଚାଇବା ପାଇଁ ବଡ ଭାଇ ପାଣିରେ ଡେଇଁଥିଲେ।
ତେବେ ଦୁହେଁ ପାଣିରେ ବୁଡିଯାଇଥିଲେ। ପାଣିରେ ଦୁଇ ଭାଇ ପାଣିରୁ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରିନଥିଲେ। ଦୁହେଁ ବୁଡିଯାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ତାଂକୁ ଉଦ୍ଧାର କରିଥିଲେ। ଦୁଇ ଭାଇଙ୍କୁ ମାଥିଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଦୁଇ ଭାଇଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି।ପୁଲିସ ଶବ ଜବତ କରିବା ସହ ବ୍ୟବଛେଦ କରାଇଛି।

ad-week
Leave A Reply

Your email address will not be published.