ଗୁମ୍ମା ଝରନ୍ ଜଳ ପ୍ରପାତରୁ ବଡ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଭାଇର ଜୀବନ ବି ଚାଲିଗଲା

add-all

ମାଲକାନଗିରି : ମାଲକାନଗିରି ରଜ ପର୍ବ ର ସମୟକୁ ପରିବାର ସହିତ ପ୍ରକୃତି ମଧ୍ୟରେ ପରିବାର ସହିତ ବିତେଇବାକୁ ଭାବିଥିବା ଭଉଣୀ କେବେ ଭାବି ନଥିଲେ ଯେ ପ୍ରକୃତି ତାଙ୍କ ପରିବାରର ୨ଭାଇ ଙ୍କୁ ଛଡ଼ାଇ ନେବ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ପ୍ରବେଶ ଦ୍ଵାର ଗୋବିନ୍ଦପାଲି ପାଖ ଗୁମ୍ମା ଝରନ ଜଳ ପ୍ରପାତ ଠାରେ।ଶନିବାର ସକାଳେ ଜଳପ୍ରପାତ କୁ ଜୟପୁର ବାଇ ପାସ ରୋଡର ଏକ ପରିବାର ଆସିଥିଲେ ଏହି ଜଳ ପ୍ରପାତକୁ ।ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପୋଭୋଗ କରୁଥିବା ବେଳେ ପଥର ରୁ ହଠାତ୍ ବଡ ଭାଇ ପ୍ରଦୀପ ସାହୁଙ୍କ ଗୋଡ ଖସି ଯିବାରୁ ପ୍ରପାତର ତଳ ଭାଗରେ ଥିବା ପାଣି କୁଣ୍ଡ ରେ ବୁଡି ଯିବାରୁ ସାନ ଭାଇ ସନ୍ଦୀପ ତାଙ୍କୁ ଉଦ୍ଧାର କରିବାକୁ ଡେଇଁ ପଡ଼ିଥିଲେ।କିନ୍ତୁ ଗଭୀର ଜଳ ଭିତରୁ ତାଙ୍କୁ ଉଦ୍ଧାର କରି ପାରି ନଥିଲେ ,ନିଜେ ମଧ୍ୟ ମୃତ୍ୟୁର ପାଦଦେଶ କୁ ଚାଲି ଯାଇଥିଲେ।ପାଖରେ ଛିଡ଼ା ହେଇଥିବା ବାପା ବାଳକୃଷ୍ଣ ସାହୁ,ଭଉଣୀ,ଭିଣେଇ ଉଦ୍ଧାର ପାଇଁ ଆକୁଲ ଚିତ୍କାର କରିବା ଶୁଣି କିଛି ଦୂରର ପରିବା ବଗିଚା ରେ କାମ କରୁଥିବା ସ୍ଥାନୀୟ ଚାଷୀ ପହଞ୍ଚି ଉଦ୍ଧାର କଲେ।କିନ୍ତୁ ଦୂରରୁ ଆସି ପହଞ୍ଚିବା ଓ ବର୍ଷା ହେବା ଯୋଗୁ ଉଦ୍ଧାର ଡେରି ହେଇ ଯାଇଥିଲା।ଆମ୍ବୁଲାନ୍ସ ଯୋଗେ ୨ଜଣ ଙ୍କୁ ମାଥିଲି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.