ମିତ୍ର ଫାଉଣ୍ଡେସନର କୋର କମିଟି ଗଠନ…

add-all

ଫୁଲବାଣୀ – କନ୍ଧମାଳ ଜିଲ୍ଲାରେ ନୂଆ କରି ହୋଇଥିବା ସ୍ୱେଚ୍ଛାସେବୀ ସଂଗଠନ ମିତ୍ର ଫାଉଣ୍ଡେସନର ଗୁରୁତ୍ୱପୂର୍ଣ୍ଣ ବୈଠକ ସହ କୋର୍ କମିଟି ଗଠନ କରାଯାଇଛି l କନ୍ଧମାଳ ଜିଲ୍ଲାର ୧୫ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ମିତ୍ର ଫାଉଣ୍ଡେସନର ରାଜ୍ୟ କୋର୍ କମିଟି ଗଠନ ସହ କମିଟି ପକ୍ଷରୁ ପ୍ରତିଷ୍ଠାତା ଦେବାଶିଷ ସାହାଣୀଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଥିବା ବେଳେ ଅମରେଶ ପ୍ରସାଦ ବେହେରାଙ୍କୁ ସଭାପତି, ଦଧିବାମନ ଦାସଙ୍କୁ ଉପସଭାପତି,ପ୍ରଦୀପ ମହାନନ୍ଦଙ୍କୁ ଯୁଗ୍ମ ସମ୍ପାଦକ,ଆଶୁତୋଷ ସାହୁ ଏବଂ ଶୁଭମ ସ୍ୱାଇଁ ଙ୍କୁ କାର୍ଯ୍ୟ କାରିଣୀ ସଂଯୋଜକ,ବରୁଣ କୁମାର ପାତ୍ର ଏବଂ ସୌମ୍ୟ ଜ୍ୟୋତିର୍ମୟ ପଣ୍ଡାଙ୍କୁ ସୋସିଆଲ ମେଡ଼ିଆ ଦାଇତ୍ୱ ଦିଆଯାଇଛି l ସେଭଳି ଗୋସେବା ଦାଇତ୍ୱ ରେ ଗଣେଶ ସ୍ୱାଇଁ, ଶୋଭାଲାକ୍ସମି ମାଝୀ, ପ୍ରେମଜୀତ ବାରିକ ଏବଂ ସଡ଼କ ସୁରକ୍ଷା ଦାଇତ୍ୱରେ ସନ୍ଦୀପ ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ସାହୁ ଏବଂ ମେମ୍ବରସିପ୍ ସଂଯୋଜକ ଭାବେ ଦିଗାମ୍ବର ପଣ୍ଡା, ସିଦ୍ଧାର୍ଥ ପ୍ରଧାନ ଏବଂ ଦେବ ପ୍ରସାଦ ମହାନ୍ତି ସେଭଳି କେସିଅର ଭାବେ ଟିପୁନ କୁମାର ସାହୁ ଙ୍କୁ ପ୍ରତିଷ୍ଠାତା ଚୟନ କରିଛନ୍ତି ଏବଂ ଏଇ କୋର୍ କମିଟି କୁ ନେଇ ସଂଗଠନ କୁ ଆଗକୁ ନେବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେବା ପାଇଁ ସ୍ଥିର କରିଛନ୍ତି ପ୍ରତିଷ୍ଠାତା ଦେବାଶିଷ ସାହାଣୀ l ଯାହାକି ସାମୂହିକ ଉନ୍ନତି ରେ କାର୍ଯ୍ୟକାରୀ ହେବ l

ad-week
Leave A Reply

Your email address will not be published.